ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇଟି କମ୍ପାନି ଏଲଆଣ୍ଡଟି ଟେକ୍ନୋଲଜି ସର୍ଭିସେସ ୨୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଘୋଷଣା କରିଛି । ଛଟେଇ ହୋଇଥିବା କର୍ମଚାରୀ ମୁଖ୍ୟତଃ ଡିଲିଭରୀ ଓ ସପୋର୍ଟ ଡିପାର୍ଟମେଣ୍ଟରେ କାମ କରୁଥିଲେ । ଫ୍ରେସର୍ସ କିମ୍ୱା ଜୁନିୟରଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । କତିଥ ରୂପେ ମଧ୍ୟ ଓ ବରିଷ୍ଠ କର୍ମଚାରୀଙ୍କ ଚାକିରିରୁ ବାହାର କରାଯାଇଛି । କମ୍ପାନି ନିଜ ପରଫରମେନ୍ସର ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛି । ଆଗକୁ ମଧ୍ୟ କମ୍ପାନି ଛଟେଇ କରିପାରେ ବୋଲି ଅନୁମାନ କରାଯାଉଛି । ଜାନୁଆରୀ ମାସରେ ଏହା ଉପରେ ଘୋଷଣା ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ କମ୍ପାନିରେ ମୋଟ ୨୪,୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି ।
ଏଲଆଣ୍ଡଟି ମୁଖପାତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, 'ଏହା ଆମ ନିୟମିତ ପରଫରମାନ୍ସ ସମୀକ୍ଷାର ଅଂଶ ଅଟେ । ଆମେ ବର୍ଷ ତମାମ ନିଯୁକ୍ତି ଦେଉଛୁ । ମୁଖ୍ୟତଃ ସଫ୍ଟୱେୟର ଇଞ୍ଜିନିୟରିଂ ଓ ଏଆଇ ଡିପାର୍ଟମେଣ୍ଟରେ ଅଧିକ ନିଯୁକ୍ତି ହୋଇଛି'।
ପଢନ୍ତୁ: ବାର୍କଲେଜ୍ ବ୍ୟାଙ୍କ କରିବେ କର୍ମଚାରୀ ଛଟେଇ! ପ୍ରଭାବିତ ହେବେ କି ଭାରତୀୟ?
ଗତ ମାସରେ ଏଲଆଣ୍ଡଟି ଟେକ୍ନୋଲଜି ସର୍ଭିସେସ ଚଳିତ ଆର୍ଥିକ ବର୍ଷ ପାଇଁ ନିଜ ରାଜସ୍ୱ ବୃଦ୍ଧି ଅନୁମାନକୁ କମ କରିଥିଲା । ସେପ୍ଟେମ୍ୱର ତ୍ରୈମାସରେ କମ୍ପାନିର ଶୁଦ୍ଧ ଲାଭ ୫ ପ୍ରତିଶତ ବଢି ୩୧୫.୪ କୋଟି ଟଙ୍କା ହୋଇଥିଲା । କିନ୍ତୁ ଚଳିତ ବର୍ଷ ପାଇଁ ରାଜସ୍ୱ ବୃଦ୍ଧି ଅନୁମାନ କରିଥିଲା । ଏହାରି ଭିତରେ ଶୁକ୍ରବାର କମ୍ପାନିର ସେୟାର ୪୫୨୬ ଟଙ୍କାରେ ବନ୍ଦ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ପାର୍ବଣ ଋତୁରେ ବି ଅନେକ ଛୋଟ-ବଡ଼ କମ୍ପାନିରେ ଛଟେଇ ଜାରି ରହିଛି । କିଛି ଦିନ ତଳେ ଏଜୁଟେକ୍ କମ୍ପାନି ଫିଜିକ୍ସୱାଲା ୧୨୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଗତ ମାସରେ ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଲିଙ୍କଡଇନ୍ ନିଜ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ୭୦୦ କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି । ତଥ୍ୟ ଅନୁସାରେ ୨୦୨୩ରେ ଆଜି ସୁଦ୍ଧା ପ୍ରାୟ ୧୪,୦୦୦ ଲୋକଙ୍କୁ ଷ୍ଟାର୍ଟଅପ୍ କମ୍ପାନିଗୁଡିକ ଛଟେଇ କରିଛନ୍ତି ।
Also Read: ଛଟେଇ କରିବ Amazon Alexa, ଜାଣନ୍ତୁ କାହିଁକି ?