କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି; ମାଟି ତଳେ ଅନେକ ଫସି ରହିଥିବା ଆଶଙ୍କା

Published By : Prameya-News7 Bureau | September 08, 2024 IST

ଲକ୍ଷ୍ନୌ: ୟୁପି ଲକ୍ଷ୍ନୌରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି । ଭଙ୍ଗାକୋଠାର ଧ୍ବଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା । ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି । ଏପର୍ଯ୍ୟନ୍ତ ଏହି ଅଘଟଣରେ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୨୮ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶନିବାର ସଂନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହିଦପାଥ ନିକଟରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଏଭଳି ଅଘଟଣ ଘଟିଥିଲା । ଭୀଷଣ ବର୍ଷା ଯୋଗୁ ପୁରୁଣା ବିଲ୍ଡିଂଟି ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି। ଏହି ପୁରୁଣା ୩ ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ବିଲ୍ଡିଂ ଭୁଶୁଡ଼ି ବେଳେ ଏଥିରେ ଅନେକ ଲୋକ କାମ କରୁଥିଲେ।

କୋଠା ଭୁଶୁଡ଼ିବା ପୂର୍ବରୁ ଭିତରେ କାମ କରୁଥିବା ଲୋକମାନେ ପ୍ରାୟ ୧୫ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିଲେ । ଲୋକମାନେ କିଛି ଭାବିବା ଏବଂ ବାହାରକୁ ଯିବାକୁ ଚେଷ୍ଟା କରିବା ପୂର୍ବରୁ, ଛାତରୁ କିଛି ଅଦ୍ଭୁତ ଶବ୍ଦ ଆସିବାକୁ ଲାଗିଲା | କିଛି ସମୟ ମଧ୍ୟରେ ସମଗ୍ର କୋଠା ଭୁଶୁଡି ପଡିଥିଲା  । ସ୍ଥାନୀୟ ଲୋକ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ, ଅଗ୍ନିଶମ ବାହିନୀ, SDRF ଏବଂ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.