ନା ସ୍ଵାମୀ ନା ପ୍ରେମୀ.. କିଏ ସେ ତୃତୀୟ ବ୍ୟକ୍ତି ? ଯିଏ ମହାଲକ୍ଷ୍ମୀଙ୍କୁ କରିଥିଲା ୩୦ ଖଣ୍ଡ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୦୯: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ମାମଲା ଏବେ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁ ପୋଲିସ ମହାଲକ୍ଷ୍ମୀଙ୍କ ସ୍ୱାମୀ ହେମନ୍ତ ଦାସ ଏବଂ ପ୍ରେମୀ ଆଶରଫଙ୍କୁ ପଚରାଉଚରା କରିଛି। ଉଭୟ ହତ୍ୟାକୁ ଅସ୍ୱୀକାର କରିଛନ୍ତି। ଉଭୟଙ୍କୁ ପଚରାଉଚରା ବେଳେ କୌଣସି ସୂଚନା ମିଳି ନଥିଲା। ଯାହା ଦର୍ଶାଇବ ଯେ ସେମାନେ ହତ୍ୟା କରିଛନ୍ତି। କ୍ରାଇମବ୍ରାଞ୍ଚରୁ ମଧ୍ୟ ଉଭୟଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି ଯଦି ସ୍ୱାମୀ ହେମନ୍ତ ଦାସ ଏବଂ ପ୍ରେମିକ ଆଶରଫ ମହାଲକ୍ଷ୍ମୀଙ୍କୁ ହତ୍ୟା କରିନାହାଁନ୍ତି, ତେବେ ହତ୍ୟା କଲା କିଏ? କେବେ, କିପରି ଏବଂ କାହିଁକି ହତ୍ୟା କଲା?

କିନ୍ତୁ ପୋଲିସ ହେମନ୍ତ ଏବଂ ଆଶରଫଙ୍କୁ ଏପର୍ଯ୍ୟନ୍ତ କ୍ଲିନ୍ ଚିଟ୍ ଦେଇନାହିଁ। ତଥାପି ସନ୍ଦେହର ଛୁଞ୍ଚି ତୃତୀୟ ବ୍ୟକ୍ତିଙ୍କ ଆଡକୁ ମୁହାଁଇଛି।  ଯିଏ ଏବେ ଗାଏବ ଅଛି। ଏହାର ଉତ୍ତର ଫୋନ୍ ନମ୍ବରରେ ଲୁଚିଥାଇ । ଯେଉଁଥିରେ ମହାଲକ୍ଷ୍ମୀ ଶେଷ ଥର କଲ କରିଥିଲେ।  ମହାଲକ୍ଷ୍ମୀଙ୍କ ଫୋନରୁ ଶେଷ କଲ୍ ୨ ସେପ୍ଟେମ୍ବରରେ ହୋଇଥିଲା। ୨ ସେପ୍ଟେମ୍ବର ପରେ ମହାଲକ୍ଷ୍ମୀ ଜୀବିତ ନଥିଲେ। ତାଙ୍କ ମା ଏବଂ ଭଉଣୀ ତାଙ୍କୁ ବାରମ୍ବାର କଲ କରିଥିଲେ, କିନ୍ତୁ ତାଙ୍କ ସହ କଥା ହୋଇପାରିନଥିଲେ। ଏହା ପରେ ଯେତେବେଳେ ଦୁର୍ଗନ୍ଧ ଦେଖାଗଲା, ଘର ମାଲିକ ପୋଲିସକୁ ଡାକିଥିଲେ। ପରେ ଘଟଣା ସାମ୍ନାକୁ ଆସିଲା।

ରିପୋର୍ଟ ଅନୁଯାୟୀ, ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ ମହାଲକ୍ଷ୍ମୀଙ୍କ ମା ଏବଂ ଭଉଣୀଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ସେ କହିଥିଲେ ଯେ ମହାଲକ୍ଷ୍ମୀ ୨୦୧୮ ମସିହାରେ ନେପାଳର ହେମନ୍ତ ଦାସଙ୍କୁ ବିବାହ କରିଥିଲେ। ଦୁହେଁ ୨୦୧୯ ପର୍ଯ୍ୟନ୍ତ ସେଠାରେ ରହିଲେ, ତା’ପରେ ହେମନ୍ତ ବେଙ୍ଗାଲୁରୁକୁ ଏକ ମୋବାଇଲ୍ ଦୋକାନରେ କାମ କରିବାକୁ ଆସିଥିଲେ ଏବଂ ମହାଲକ୍ଷ୍ମୀ ମଧ୍ୟ ତାଙ୍କ ସହିତ ଆସିଥିଲେ। ଉଭୟଙ୍କର ଝିଅ ମଧ୍ୟ ଥିଲେ। ୨୦୨୩ ବର୍ଷ ପର୍ଯ୍ୟନ୍ତ, ଉଭୟ ନୀଲା ମଙ୍ଗଳା ଅଞ୍ଚଳରେ ଏକ ଭଡା ଘରେ ରହି ସୁଖମୟ ଜୀବନ ବିତାଉଥିଲେ, କିନ୍ତୁ ହଠାତ୍ ଆଶରଫ ସେମାନଙ୍କ ଜୀବନରେ ଆସିବା ପରେ ପରିବାର ଭାଙ୍ଗିଗଲା।

ମହାଲକ୍ଷ୍ମୀ ଗତ ୯ ମାସ ଧରି ବ୍ୟାଲିକବଲ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ମହାଲକ୍ଷ୍ମୀ ଏକ ବ୍ୟୁଟି ସପ୍‌ ଦୋକାନରେ ସେଲ୍ସ ଗର୍ଲ ଭାବରେ ଚାକିରି ପାଇଲେ । ଦୁହେଁ ପ୍ରତି ୧୫ ଦିନରେ ଭେଟୁଥିଲେ। କିନ୍ତୁ ଗତ ୧୫ ଦିନ ଧରି ସେ ଏବଂ ହେମନ୍ତ ତାଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କ ଫୋନ୍ ଲାଗୁନଥିଲା। ଏହି ସମୟରେ, ସେପ୍ଟେମ୍ବର ୨୧ ରେ ମହାଲକ୍ଷ୍ମୀଙ୍କ ଘର ମାଲିକ ଫୋନ୍ କରି ତାଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ଜଣା ପଡୁ ନାହିଁ କାହିଁକି ଏହି ସବୁ ମହାଲକ୍ଷ୍ମୀ ସହିତ ଘଟିଲା?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.