ବିଚ୍ ରାସ୍ତାରେ ମାଛ ଲୁଟ୍, ଟ୍ରକ୍ ଓଲଟିବା ପରେ ଲୋକେ ବୋହିନେଲେ ପୁଳା ପୁଳା

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫/୦୯: ମଙ୍ଗଳବାର ସକାଳେ ମହାବାବାଦ୍ ଜିଲ୍ଲାର ମାରିପେଡାଠାରେ ଏକ ଅଜବ ଦୁର୍ଘଟଣା ଘଟିଥିବା ବେଳେ ଜୀବନ୍ତ ମାଛରେ ଭର୍ତ୍ତି ଏକ ମିନି ଟ୍ରକ୍ ଓଲଟି ପଡିଥିଲା। ଟ୍ରକଟି ଓଲଟି ପଡ଼ିବା ମାତ୍ରେ ମାଛ ବୋଝେଇ ଗାଡି ରାସ୍ତାରେ ଛିନ୍‌ ଛତର ହୋଇ ପଡିଥିଲା । ତେବେ କିଛି ସମୟ ପାଇଁ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଡ୍ରାଇଭର ହଠାତ୍ ଗାଡି ଉପରେ ନିୟନ୍ତ୍ରଣ ହରାଇବାରୁ ସେଠାରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରେ ମାଛ ବିଛାଇବାର ଖବର ପାଇବା ମାତ୍ରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସଂଗେ ସଂଗେ ବାଲ୍ଟି ଏବଂ ପାତ୍ରରେ ଗୋଟେଇ ଆଣିବାକୁ ପଛାଇ ନଥିଲେ । ଯିଏ ଯେତେ ପାରିଲା ଗୋଟେଇ ଆଣିଥିଲା ମାଛ । 

ଘଟଣା ପରେ ରାସ୍ତାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ପାଇଁ ସେଠାରେ ଟ୍ରାଫିକ ଜାମ୍ ହୋଇଥିଲା । ବିଚ୍ ରାସ୍ତାରେ ଅଟକି ରହିଥିଲା ଅନେକ ସଂଖ୍ୟାରେ ଗାଡି । ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଏହି ଦୃଶ୍ୟ ଫିଲ୍ମ ଦୃଶ୍ୟଠାରୁ କମ୍ ନଥିଲା । ଲୋକେ ଯଥାସମ୍ଭବ ମାଛ ସଂଗ୍ରହ କରିବାକୁ ପ୍ରତିଯୋଗୀତା କରୁଥିଲେ । 

ପ୍ରଶାସନ ଏ ବିଷୟରେ ସୂଚନା ପାଇବା ପରେ ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଯଦିଓ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ଆସିନାହିଁ, ବ୍ୟବସାୟିକ ବହୁ କ୍ଷତି ହୋଇଛି । ମାଛ ଖସିପଡିବା କାରଣରୁ ଟ୍ରକ ଡ୍ରାଇଭର ଏବଂ ମାଛ ମାଲିକ ବହୁ କ୍ଷତି ସହିଛନ୍ତି । 

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଡ୍ରାଇଭର ଦ୍ରୁତ ଗତିରେ ଗାଡି ଉପରେ ନିୟନ୍ତ୍ରଣ ହରାଇଥିବା ଜଣାପଡିଛି, ଏହି କାରଣରୁ ଟ୍ରକଟି ଓଲଟି ପଡିଥିଲା । ଏହି ଘଟଣା ପରେ ସୋସିଆଲ ମିଡିଆରେ ଭିଡିଓ ଏବଂ ଚିତ୍ର ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସ୍ଥାନୀୟ ଲୋକ ମାଛ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.