ମଣ୍ଡପରେ ମହାମାୟାଙ୍କ ମହାନବମୀ, ଶକ୍ତି ପୀଠରେ ଚାଲିଛି ଦଶଭୂଜାଙ୍କ ଦଶମୀ ପୂଜା

Published By : Prameya-News7 Bureau | October 12, 2024 IST

ଭୁବନେଶ୍ୱର ୧୨/୧୦: ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । 

ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ ।

ସୂଚନା ଥାଉକି, ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା । ହୋମଯଜ୍ଞ । ଘଣ୍ଟ, ଘଣ୍ଟା ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । କଟକରେ ସୁନାଚାନ୍ଦିରେ ଝଟକୁଛନ୍ତି ମାଆ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଭିଡ଼ । ରାତି ୧୨ଟା ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି । କଟକ ଠୁ ଆରମ୍ଭ କରି ଭୁବନେଶ୍ବର ଆଉ ରାଉରକେଲା ସବୁଠି ପୂଜା ପାଇଁ ଭିଡ ବଢୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି । ବିଶେଷକରି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.