ଭଦ୍ରକ ୨୩।୦୧ : ଛୁଆ ନେଇଗଲା ଅଟୋ ଡ୍ରାଇଭର । ମହାରାଷ୍ଟ୍ରରୁ ଆସିଥିବା ଯାତ୍ରୀଙ୍କ ୫ ବର୍ଷର ଛୁଆକୁ ନେଇ ଚମ୍ପଟ ମାରିଛି ଅଟୋ ଡ୍ରାଇଭର । ଗୋଟିଏ ପଟେ ଡ୍ରାଇଭର ଫେରାର ଥିବା ବେଳେ ଅନ୍ୟ ଏକ ଚାଳକୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଭଦ୍ରକ ଜିଲ୍ଲା ଭଦ୍ରକ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ମହାରାଷ୍ଟ୍ରରୁ କେତେକ ଲୋକ ଭଦ୍ରକ ଆସିଥିଲେ । ଭଦ୍ରକ ରେଳ ଷ୍ଟେସନରେ ଓହ୍ଲାଇବା ପରେ ଦୁଇଟି ଅଟୋରେ ବନ୍ତ ଛକ ନିକଟକୁ ଆସିଥିଲେ। ଗୋଟିଏ ଅଟୋରୁ ଲୋକେ ଓହ୍ଲାଇବା ପରେ ଛୋଟ ପିଲାଟି ଗାଡ଼ିରେ ବସିଥିଲା । ଅଟୋ ଭଡା ନନେଇ ପିଲାଟିକୁ ନେଇ ଅଟୋ ଡ୍ରାଇଭର ଦ୍ରୁତ ଗତିରେ ପଳାଇଥିଲେ। ପରେ ଯାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସାଙ୍ଗରେ ଆସିଥିବା ଅନ୍ୟ ଏକ ଅଟୋକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ପରେ ଭଦ୍ରକ ୧୧୨ ଟିମ ଅଟୋ ଡ୍ରାଇଭରକୁ ଥାନାକୁ ଆଣିଥିବା ବେଳେ ଫେରାର ହୋଇଥିବା ଅଟୋ ଓ ପିଲାକୁ ଖୋଜୁଛି ପୋଲିସ।
ନେତାଜୀଙ୍କ ମୃତ୍ୟୁ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି, ପ୍ରତିପକ୍ଷଙ୍କୁ ନୋଟିସ କଲେ ହାଇକୋର୍ଟ