ଭୁବନେଶ୍ୱର: ମହାଶିବରାତ୍ରୀ ନେଇ ଏକ ପ୍ରସ୍ତୁତି ବୈଠକ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦୀପ ଉଠିବ। ଫେବୃଆରୀ ୨୬ରେ ମହାଶିବରାତ୍ରୀ ପଡୁଛି। ଏହାପୂର୍ବରୁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। କିଭଳି ଶାନ୍ତିପୂର୍ଣ୍ଣ ଭାବେ ନୀତି ସମ୍ପନ୍ନ ହେବ, ତାହା ବୈଠକରେ ଗୁରୁତ୍ୱ ଦିଆଯାଇଛି।
ପୂର୍ବରୁ ଖୁବ୍ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାହା ପ୍ରସ୍ତୁତ ହୋଇ ସାରିଛି। ବଦଳିବା ପରେ ଡ୍ରାଫ୍ଟ ହୋଇଛି । ତାକୁ ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଯିବ। ଖୁବ୍ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ସେ କହିଥିଲେ। ନୀତିକାନ୍ତିଙ୍କୁ ବ୍ୟବସ୍ଥିତ କରାଇବା ପାଇଁ ଯାହା ଆବଶ୍ୟକ ସରକାର କରୁଛନ୍ତି ।