ବେଲେଶ୍ୱର ଡବଲ ମର୍ଡର ଘଟଣାରେ ପୋଲିସ୍‌କୁ ସଫଳତା, ହେପାଜତରେ ଅଭିଯୁକ୍ତ

Published By : Prameya-News7 Bureau | February 14, 2025 IST

କଟକ ୧୪/୦୨: କଟକ ବେଲେଶ୍ୱର ଡବଲ ମର୍ଡର ଘଟଣାରେ ପୋଲିସ୍‌କୁ ସଫଳତା । ୫ ବର୍ଷ ପରେ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ଘଟଣାରେ ପୋଲିସ ହେପାଜତରେ ଥିବା ତିନି ଅଭିଯୁକ୍ତ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଘରେ କାମ କରୁଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କ ସଂପୃକ୍ତି ଥିବା ସୂଚନା। ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ପୋଲିସ କରୁଛି ଖୋଳତାଡ଼ । ବକେୟା ଟଙ୍କା ମଗାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । 

ସୂଚନା ଥାଉକି, ୨୦୧୯ ଡିସେମ୍ବର ୧୨ ସଂଧ୍ୟା । କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଘରେ ରହୁଥିବା ବୃଦ୍ଧ ଦମ୍ପତ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । 

ଉଭୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିଲା । ମୃତକ ହେଲେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲଙ୍କର ୫ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତେବେ ସମସ୍ତେ ବାହାରେ ରହୁଥିବାବେଳେ ବୃଦ୍ଧି ଦମ୍ପତି ଘରେ ଥିଲେ । ହତ୍ୟା ପରଦିନ ତାଙ୍କ ଝିଅ ଫୋନ୍ କରିବାରୁ କେହି ରିସିଭ୍ କରନିଥିଲେ। ଏ ସମ୍ପର୍କରେ ପଡୋଶୀଙ୍କୁ ଜଣାଇଥିଲେ । ପଡୋଶୀ ଘଟଣାସ୍ଥଳକୁ ଯାଇ ଘର କବାଟ ଖୋଲାଥିବା ଦେଖିଥିଲେ । ଆଉ ଭିତରେ ପଡିଥିଲା ମୃତଦେହ । 

ଘଟଣାସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା । କେହି ପରିଚିତ ଲୋକ ଉଭୟଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା । ତେବେ ଘଟଣାକୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ଧରାପଡ଼ିନଥିଲା । ଅପରାଧୀକୁ ଧରିବାରେ ବିଫଳ ହେବା ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା କରାଯାଉ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ପରିବାର ଲୋକେ । 

ପରେ ହତ୍ୟା ଘଟଣାରେ ପୋଲିସର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତ ଅଟକ ଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ କଟକ କମିସନରେଟ୍‌ ପୋଲିସ ଅଞ୍ଚଳର ବୋଲି ସୁରାକ ମିଳିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ସହର ଭିତରେ ଓ ଏହାର ଆଖପାଖରେ ପୋଲିସ ତାର ତଦନ୍ତକୁ ଜାରି ରଖିଥିଲା । 

also read...

ନାବାଳିକାଙ୍କୁ ଅପହରଣ କରୁଥିଲେ ଦୁଇ ଯୁବକ, ମାଡିବସିଲେ ଗ୍ରାମବାସୀ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.