ବହୁ ଚର୍ଚ୍ଚିତ ମଣପ୍ସୁରମ ସୁନା ଲୁଟ୍‌ ଘଟଣା, ପୋଲିସ ହେପାଜତରେ ମାଷ୍ଟରମାଇଣ୍ଡ

Published By : Prameya-News7 Bureau | March 28, 2025 IST

ସମ୍ୱଲପୁର ,୨୮/୦୩: ସମ୍ବଲପୁରର ବହୁ ଚର୍ଚ୍ଚିତ ମଣପ୍ସୁରମ ସୁନା ଲୁଟ ଘଟଣାରେ ଦୁର୍ଦ୍ଦାନ୍ତ ସୁବୋଧ ସିଂହକୁ ଆଣିଲା ପୋଲିସ୍ । ଘଟଣାର ମାଷ୍ଟରମାଇଣ୍ଡକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ୍ । ପଶ୍ଚିମବଙ୍ଗ ପ୍ରେସିଡେନ୍ସି ଜେଲ୍‌ରେ ଥିବା ସୁବୋଧକୁ ସମ୍ବଲପୁର ଅଣାଯାଇଛି । ଆଜି ସୁବୋଧକୁ ସମ୍ବଲପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରା‌ଯିବ। 

୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ୍ ପକ୍ଷରୁ ଆବେଦନ ହେବ । ପ୍ରେସିଡେନ୍ସି ଜେଲରେ ଥିବା ସୁବୋଧ ଆଉ ଏକ ମାମଲାରେ ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ବାରାକପୋରେ କୋର୍ଟରେ ହାଜର ହୋଇଥିଲା । ସେଠାରୁ ସମ୍ବଲପୁର ପୁଲିସ୍ କୋର୍ଟଙ୍କ ଅନୁମତି ନେଇ ସୁବୋଧକୁ ସମ୍ବଲପୁର ଆଣିଛି । 

ପୂର୍ବରୁ ଏହି ସୁନା ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗତ ଜାନୁଆରି ୩ ତାରିଖରେ ସମ୍ବଲପୁର ବୁଢ଼ାରଜାରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ ଫାଇନାନ୍ସରୁ ୨୮ କେଜି ସୁନା ଲୁଟ ଘଟଣାରେ ସୁବୋଧର ହାତ ଥିବା କୁହାଯାଉଛି । ଜେଲରେ ଥାଇ ସୁବୋଧ ସାରା ଭାରତରେ ହେଉଥିବା ବଡ ବଡ ଲୁଟକୁ ଅପରେଟ କରୁଥିବା ଅଭିଯୋଗ ହୋଇ ଆସୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.