ବ୍ରେକଅପ୍ ପରେ ମଲାଇକା ସେୟାର କଲେ ପୋଷ୍ଟ, କହିଲେ-ସବୁବେଳେ ସେହି ଲୋକଙ୍କ ଧ୍ୟାନ ଦିଅନ୍ତୁ....

Published By : Prameya-News7 Bureau | September 10, 2024 IST

ମୁମ୍ଵାଇ ୧୦।୦୯: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା । ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଦୀର୍ଘ ଦିନ ଧରି ମଲାଇକା ଏବଂ ଅର୍ଜୁନଙ୍କ ବ୍ରେକଅପ୍ ଖବର ଆସୁଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି ଅଫିସିଆଲ ଭାବରେ ବ୍ରେକଅପ୍ ବିଷୟରେ କନଫର୍ମ କରିନାହାଁନ୍ତି । ଅର୍ଜୁନ କପୁରଙ୍କ ଜନ୍ମଦିନରେ ମଧ୍ୟ ମଲାଇକା ସୋସିଆଲ ମିଡିଆରେ ତାଙ୍କୁ ୱିସ୍‌ କରିନଥିଲେ। କହିବାକୁ ଗଲେ ମଲାଇକା ଏବଂ ଅର୍ଜୁନ କିଛି ମାସ ପୂର୍ବରୁ ବ୍ରେକଅପ୍ କରିଥିଲେ । ବର୍ତ୍ତମାନ ମଲାଇକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ କିପରି ଲୋକମାନଙ୍କୁ ଧ୍ୟାନ ଦେବେ ।

ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ରିଲେଶନସିପ୍‌ରେ ଥିଲେ । ହଠାତ୍‌ କଣ ଘଟିଲା ଉଭୟ ଅଲଗା ହୋଇଗଲେ।  ନିକଟରେ ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କୋଟ୍ ସେୟାର କରିଥିଲେ। ଯେଉଁଥିରେ ଏହା ଲେଖା ଥିଲା - 'ସେହି ଲୋକମାନଙ୍କ ପ୍ରତି ସର୍ବଦା ଧ୍ୟାନ ଦିଅ, ଯେଉଁମାନେ ତୁମର ଖୁସିରେ ଖୁସି ଏବଂ ତୁମର ଦୁଃଖରେ  ଦୁଃଖିତ । ଏହିପରି ଲୋକମାନେ ଆପଣଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ପାଇବାକୁ ଯୋଗ୍ୟ ଅଟନ୍ତି । ଏହି ପୋଷ୍ଟରେ ମଲାଇକା କାହାକୁ ଉଲ୍ଲେଖ କରିନାହାଁନ୍ତି। ଯେତେବେଳେ ତାଙ୍କର ଏବଂ ଅର୍ଜୁନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସୁଛି ସେତେବେଳେ ସେ ଏହି ପୋଷ୍ଟକୁ ସେୟାର କରିଛନ୍ତି ।

ପରସ୍ପରକୁ କରୁଛନ୍ତି ଅଣଦେଖା 

ଅର୍ଜୁନ କପୁରଙ୍କ ଜନ୍ମଦିନ ପାର୍ଟୀରେ ମଧ୍ୟ ମଲାଇକା ଆରୋରାଙ୍କୁ ଦେଖିବାକୁ ମିଳିନଥିଲା। ତାଙ୍କର ସମସ୍ତ ସାଙ୍ଗ ଅର୍ଜୁନଙ୍କ ମିଡ୍‌ନାଇଟ୍‌ ପାର୍ଟିରେ ଯୋଗ ଦେଇଥିଲେ କିନ୍ତୁ ମଲାଇକା ସେଠାରେ ନଥିଲେ । ସୋସିଆଲ ମିଡିଆରେ ସେ ଅର୍ଜୁନଙ୍କୁ ବର୍ଥଡେ ୱିଶ୍‌ କରିନଥିଲେ। ଯେତେବେଳେ ଉଭୟ ଗୋଟିଏ ଇଭେଣ୍ଟରେ ଆସିଥିଲେ । ସେତେବେଳେ ପରସ୍ପରକୁ ଅଣଦେଖା କରିଥିଲେ । ଏହା ପରେ ସଭିଏଁ କନଫର୍ମ ହୋଇଯାଇଥିଲେ କି ଦୁହିଁଙ୍କର ବ୍ରେକଅପ ହୋଇଯାଇଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.