ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 11, 2024 IST

ମୁମ୍ଵାଇ ୧୧।୦୯: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା। ଅଭିନେତ୍ରୀଙ୍କ ଉପରେ ଦୁଃଖର ପାହାଡ ଖସି ପଡ଼ିଛି। ତାଙ୍କ ପିତା ଅନିଲ ଆରୋରାଙ୍କର ଦେହାନ୍ତ ହୋଇଛି। ଅନିଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିବାର ଏବଂ ପରିଚିତମାନେ ଏହି ଖବର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚିଛି। ମଲାଇକା ଏବଂ ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟକର ସମୟ ।

କୁହାଯାଉଛି ଯେ ମଲାଇକା ଆରୋରାଙ୍କ ବାପା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପରେ ମଲାଇକା ଆରୋରା ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଅଭିନେତାଙ୍କ ପିତାଙ୍କ ମୃତଦେହ ଡାକ୍ତରଖାନାରେ ରଖାଯାଇଛି।

ଏହି କଷ୍ଟ ସମୟରେ ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି। ଅରବାଜ ଖାନ ମଲାଇକାଙ୍କ ଘର ବାହାରେ ପୋଲିସ ଏବଂ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.