ବେଙ୍ଗାଲୁରୁରେ ଅଟୋ ଚାଳକଙ୍କୁ ‘ହିନ୍ଦୀ’ରେ କଥାବାର୍ତ୍ତା କରିବାକୁ କହିଥିବା ବ୍ୟକ୍ତି କନ୍ନଡରେ ମାଗିଲେ କ୍ଷମା

Published By : Prameya-News7 Bureau | April 21, 2025 IST

ବେଙ୍ଗାଲୁରୁ ୨୧।୪: ଏକ ଭାଇରାଲ ଭିଡିଓରେ ‘ଏହା ବେଙ୍ଗାଲୁରୁ ହେଲେ କଣ ହେଲା ହିନ୍ଦୀରେ କଥା କୁହ’ ବୋଲି କହିଥିବା ବ୍ୟକ୍ତି ସୋମବାର କନ୍ନଡ ଭାଷାରେ କ୍ଷମାଯାଚନା କରିଛନ୍ତି। ଏହି ଘଟଣା ଭାଷାକୁ ନେଇ ଦେଶରେ ଥିବା ବିତର୍କକୁ ପୁଣି ଉସକାଇଥିଲା। ୨୦ ଏପ୍ରିଲରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୀ-କନ୍ନଡ ବିବାଦ ପୁଣି ଆରମ୍ଭ ହୋଇଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ଅଟୋ ଚାଳକଙ୍କୁ ନୋୟେଡାରେ ରୁହ ଅଥବା ବେଙ୍ଗାଲୁରୁରେ ତୁମେ ହିନ୍ଦୀରେ କଥା ହୁଅ ବୋଲି କହିଥିଲେ। 

ଏଥିରେ ଅଟୋ ଚାଳକ ଝଟକରି କହିଥିଲେ ‘ଆପଣ ବେଙ୍ଗାଲୁରୁ ଆସିଛନ୍ତି କନ୍ନଡରେ କଥା ହୁଅନ୍ତୁ। ମୁଁ ହିନ୍ଦୀରେ କଥା ହେବି ନାହିଁ’ । ଦେଖୁ ଦେଖୁ ଅଟୋଚାଳ ଓ ଯାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଯାଇଥିବା ବେଳେ ଇଣ୍ଟରନେଟରେ ଏହାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ଅଟୋ ଚାଳକଙ୍କୁ ହିନ୍ଦୀରେ କଥା ହେବା ପାଇଁ ପ୍ରବର୍ତ୍ତାଇଥିବା ବ୍ୟକ୍ତିଙ୍କ ପରିଚୟ ଏବେବି ଅଜଣା ଅଛି ଓ ଇଣ୍ଟରନେଟ୍ ୟୁଜରମାନେ ତାଙ୍କୁ ‘ହିନ୍ଦୀ ଯୋଦ୍ଧା’ ବୋଲି ନାମକରଣ କରିଛନ୍ତି। 


ସୋମବାର ଅନଲାଇନ ପ୍ରସାରିତ କ୍ଷମାଯାଚନାରେ ଅଜ୍ଞାତ ବ୍ୟକ୍ତି କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଆହତ କରିବା ନଥିଲା ଓ ସେ ଦାବି କରିଥିଲା ଯେ ତାକୁ କନ୍ନଡ କହି ଆସୁଛି। ସେ ପାଖାପାଖି ୯ ବର୍ଷ ହେଲା ବେଙ୍ଗାଲୁରୁରେ ରହୁଛି। ସେ କହିଛନ୍ତି ଯେ ମୁଁ ମୋ ବ୍ୟବହାର ନିମନ୍ତେ କ୍ଷମା ମାଗିବକୁ ନିକଟତମ ଥାନା ପର୍ଯ୍ୟନ୍ତ ଯାଇଥିଲି। ତେବେ ସେ କହିଛନ୍ତି ଯେ ମୋତେ ଏହି କଥାର ଦୁଃଖ ଯେ ମୁଁ କଡା ଯୁକ୍ତି ତର୍କରେ ମୋ ମାନସିକ ନିୟନ୍ତ୍ରଣ ହରାଇଥିଲି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.