ବନ ବିଭାଗ ସହ ମିଶି ଘଉଡାଉଥିଲେ, ଶୁଣ୍ଢରେ କଚାଡି ମାରିଦେଲା ହାତୀ

Published By : Prameya-News7 Bureau | September 04, 2024 IST

ବଣାଇ ୪।୯: ହାତୀ ଘଉଡାଇବା ବେଳେ ଚାଲିଗଲା ଜୀବନ । ବନ ବିଭାଗ ସହ ମିଶି ଘଉଡାଇବା ବେଳେ ଶୁଣ୍ଢରେ କଚାଡିଦେଲା ହାତୀ । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଗୋଟିଏ ଗୋଠଛଡ଼ା ଦନ୍ତା ହାତୀ ଉତ୍ପାତ ଚଳାଇଥିଲା । ବନ ବିଭାଗ ଓ ଗ୍ରାମବାସୀ ମିଶି ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରୁଥିଲେ । ହଠାତ ହାତୀଟି ବୁଲିପଡି କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡାକୁ ଶୁଣ୍ଢରେ କଚାଡି ଦେଇଥିଲା । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

You Can Read:

କପା ବାଡ଼ିରେ ପଡିଛି ହାତୀର ମୃତଦେହ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.