କେନ୍ଦୁଝର ୧୮।୪: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀ ଶିଶିର ଡାଙ୍ଗୁଆକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ଏହାସହ ୧୦ ହଜାର ଟଙ୍କା ଜରିମାନା କଲେ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଶୁଭଶ୍ରୀ ତ୍ରିପାଠୀ । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ସଜା ଶୁଣାଇଲେ କୋର୍ଟ । ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବା ପାଇଁ କୋର୍ଟ ସୁପାରିଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୨ ମସିହାରେ ଟାଉନ ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଘଟଣା । ୧୧ ଜଣ ସାକ୍ଷୀଙ୍କର ବୟାନ ଭିତ୍ତିରେ ଏହି ଦଣ୍ଡାଦେଶ ହୋଇଥିବା ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।
You Can Read :
ବନ୍ଧୁ ସାଜିଲା ବନ୍ଧୁର ବଇରୀ, ସାମାନ୍ୟ କଥାକୁ କେନ୍ଦ୍ରକରି କାଟିଦେଲା ସାଙ୍ଗର ତଣ୍ଟି