ଆନନ୍ଦପୁର ବନବିଭାଗକୁ ସଫଳତା, ହାତୀ ଦାନ୍ତ ବିକ୍ରି ଅଭିଯୋଗରେ ୨ ଗିରଫ

Published By : Prameya-News7 Bureau | July 25, 2024 IST

ଆନନ୍ଦପୁର ୨୫।୦୭ : ଆନନ୍ଦପୁର ବନବିଭାଗକୁ ସଫଳତା । ହାତୀ ଦାନ୍ତ ଚୋରା କାରବାର ଅଭିଯୋଗରେ ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି ଆନନ୍ଦପୁର ବନବିଭାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆନନ୍ଦପୁର ଥାନା ମୁଗୁପୁର ଗାଁର ବିଶ୍ୱନାଥ ଜେନା ଏବଂ ଅନ୍ୟ ଜଣେ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳର ମିଥୁନ୍‌ ମାଝୀ ବୋଲି ଜଣାପଡିଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ଚଳିତବର୍ଷ ଜାନୁଆରୀ ମାସ ୩ ତାରିଖରେ ହାତୀ ଦାନ୍ତ ବିକ୍ରି ଖବର ପାଇ ବନବିଭାଗ କର୍ମଚାରୀମାନେ ବେପାରୀ ସାଜି ଆନନ୍ଦପୁର ଥାନା ଭୁଗୁପୁର ଯାଇଥିଲା । ବନନବିଭାଗର ଏହି ଟ୍ରାପ୍‌ରେ ସେହିଦିନ ମୟୁରଭଞ୍ଜ ଜିଲ୍ଲା ଶାତକୋଶିଆ ଗାଁର ବାବୁଲି ହାଇବୃ ଓ ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁର କାଳନ୍ଦୀ ନାୟକଙ୍କୁ ରେଡ୍‌ କରି ଧରିଥିଲା ବନବିଭାଗ । ଏହାସହ ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ମଧ୍ୟ ଜବତ କରିଥିଲା । ହେଲେ ସେହିଦିନ ଘଟଣାସ୍ଥଳରେ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ମିଥୁନ ମାଝୀ ଓ କାଳନ୍ଦୀ ହାଇବୃ କୌଶଳକ୍ରମେ ଖସି ପଳାଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.