ରାସ୍ତାକଡରେ ପଡ଼ିଛି ମହିଳାଙ୍କ ମୃତଦେହ, ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | September 07, 2024 IST

ବାଂଶପାଳ ୭।୯: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବିଜେପି ରେଞ୍ଜ ଟୋଲ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଂଶପାଳ ହାଟପଦା ଠାରୁ ଟୋଲ ଯାଇଥିବା ରାସ୍ତା କଡ ଜଙ୍ଗଲରେ ଟୋଲ ଗାଁର ଗୁରୁବାର ଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ତେବେ ଜଙ୍ଗଲରେ ହାତୀ ଘୁରି ବୁଲୁଥିବାରୁ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ଟୋଲ ଗ୍ରାମର ସୁବାସୀ ଦେହୁରୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଟୋଲ ଗ୍ରାମର ସୁବାସୀ ଦେହୁରୀ ଗତ ଗୁରୁବାର ସାପ୍ତାହିକ ହାଟକୁ ଆସି ଘରକୁ ଫେରୁଥିଲେ । ସନ୍ଧ୍ୟାରେ ଜଙ୍ଗଲରେ ହାତୀ ଘୁରି ବୁଲୁଥିଲେ । ସୁବାସୀ ଏକାକୀ ଘରକୁ ଯିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇ ମୃତ୍ୟୁ ହୋଇଥିଲେ । ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଅପରାହ୍ନରେ ତାଙ୍କ ଶବକୁ ରାସ୍ତା କଡ ଜଙ୍ଗଲରେ ପଡ଼ିଥିବା ଦେଖିଥିଲେ । ଖବର ପାଇ ବାଂଶପାଳ ଫାଣ୍ଡି ପୋଲିସ, ବନ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି ।

You Can Read:

ସାଉଦି ଆରବରେ ଫସିଛନ୍ତି ୬ ଓଡ଼ିଆ, ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତାରେ ନିବେଦନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.