ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ : ଗାଳିଗୁଲଜ କରୁଥିଲେ, ବାରଣ କରିବାରୁ ଭୁଜାଲି ମାଡ଼ କଲେ

Published By : Prameya-News7 Bureau | July 25, 2024 IST

ଆନନ୍ଦପୁର ୨୫ମଦ୍ୟପଙ୍କ ଯୁବକଙ୍କ ଉନ୍ମତକାଣ୍ଡ । ଅସ୍ରାବ୍ୟ ଭାଷା କହୁଥିବା ବେଳେ ବାରଣ କରିବାରୁ ଭୁଜାଲିରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଜଣେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କଅଁସ ଗାଁର ବୁଟୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗାଁର ଜଡ଼ା ଦେହୁରୀ ଓ ତାଙ୍କର ଅନ୍ୟ କିଛି ସହଯୋଗୀ ମରଣାନ୍ତକ ଆକ୍ରମଣ କରିବା ସହିତ ଭୁଜାଲିରେ ହାଣି ରକ୍ତାକ୍ତ କରିଛନ୍ତି । 

ଅଭିଯୋଗ ଅନୁଯାୟୀ, ବୁଟୁଙ୍କ ନାତି ଅନ୍ୟ ସାଙ୍ଗଙ୍କ ସହ କଥା ହେଉଥିବା ସମୟରେ ସେଠାରେ ଜଡ଼ା ମଦ୍ୟପାନ କରି ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ବୁଟୁ ନାୟକ ଜଡ଼ାକୁ ପଚାରିବାରୁ ସେ ଓ ତାଙ୍କ ସାଙ୍ଗମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read:

ଅଭାବନୀୟ ! ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.