ଅଭାବନୀୟ ! ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | July 25, 2024 IST

ଟିଟିଲାଗଡ ୨୫: ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ସନ୍ଦେହ । ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବିବିନା ପଞ୍ଚାୟତର ଜାମପଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ସାପ କାମୁଡାରେ ଦୁଇ ଭାଇ-ଭଉଣୀଙ୍କ ମୃତ୍ୟୁ ସନ୍ଦେହ । ଜଣଙ୍କର ସଇଁତଲା ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ତେବେ ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ଘରୁ ଏକ ବିଷଧର ସାପ ବାହାରିଥିବାରୁ ଏହା ସାପ କାମୁଡାଜନିତ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୁତ୍ଯୁର କାରଣ ସ୍ପଷ୍ଟ ହେବ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read:

ସୁଧୁରିଛି ହୀରାକୁଦ ଜଳଭଣ୍ଡାର ସ୍ଥିତି, ଗେଟ୍ ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.