ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya-News7 Bureau | July 27, 2024 IST

ଭୁବନେଶ୍ୱର,୨୭/୦୭: ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ । ଏହି ବୈଠକରେ ଯୋଗଦେବା ପାଇଁ ଶୁକ୍ରବାର ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏ ବୈଠକରେ  ମୁଖ୍ୟମନ୍ତ୍ରୀ ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବେ । 

ଦୀର୍ଘଦିନ ହେବ ଯେଉଁସବୁ ରାଜ୍ୟ ସ୍ୱାର୍ଥସମ୍ବଳିତ ପ୍ରସଙ୍ଗ କେନ୍ଦ୍ରର ବିଚାର ପାଇଁ  ରହିଛି ସେ ନେଇ ମୋହନ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗଦେବେ । 

ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମୋହନ ସାମିଲ ହେବା ସହ  ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୨୯ରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.