କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଛତରଯାତ୍ରା, ଲାଗିଛି ଭକ୍ତଙ୍କ ଗହଳି

Published By : Prameya-News7 Bureau | October 11, 2024 IST

କଳାହାଣ୍ଡି ୧୧/୧୦: କଳାହାଣ୍ଡିର ଆରାଧ୍ୟ ଦେବି ମା ମାଣିକେଶ୍ୱରୀଙ୍କ ଛତରଯାତ୍ର । ଏଥିପାଇଁ ଭବାନୀପାଟଣା ଠାରେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଅଷ୍ଟମୀ ମଧ୍ୟ ରାତ୍ରିରୁ ଗୁପ୍ତ ସନ୍ଧି ପୂଜା ପରେ ନବମୀ ପ୍ରାତଃ ରୁ ଭବାନୀପାଟଣା ସହର ର ଜେନାଖାଲ ଠାରୁ ମାଁଙ୍କ ଛତର ରାଜପ୍ରସାଦ ସ୍ଥିତ ମାଣିକେଶ୍ୱେରୀ ମନ୍ଦିରକୁ ପ୍ରତ୍ୟାବର୍ତନ ଆରମ୍ଭ କରିଛି । 

ପରମ୍ପରା ଅନୁଯାୟୀ ମାନସିକଧାରୀ ଭକ୍ତ ମାନେ ମାଁଆଙ୍କ ଛତର ଜେନାଖାଲରୁ ବାହାରିବା ପରେ ରାସ୍ତାର ଦୁଇ ପାର୍ଶ୍ୱରେ କୁକୁଡ଼ା, ବୋଦା ବଳି ପାଳନ କରୁଛନ୍ତି । ପଶୁ ଓ ପକ୍ଷୀର ରକ୍ତରେ ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ରାସ୍ତା । ବାଜା ଏବଂ ଘଣ୍ଟରେ ଦୁଲୁକିଥିଲା ପୁରା ପରିବେଶ । 

ସେପଟେ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଇନ ଶୃଙ୍ଖଲା ଏବଂ ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରେ କଳାହାଣ୍ଡି ଏସପିଙ୍କ ନେତୃତ୍ବରେ ଜଣେ ଅତିରିକ୍ତ ଏସ୍‌ପି, ୯ଜଣ ଡିଏସ୍‌ପି, ୧୮ ଜଣ ଇନ୍ସପେକ୍ଟର, ୩୬ ଜଣ ସବଇନ୍ସପେକ୍ଟର, ୪୮ଜଣ ଏଏସଆଇ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ହୋମଗାର୍ଡ ମୁତୟନ ହୋଇଛନ୍ତି । 


  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.