ବାତ୍ୟା ‘ଦାନା’ର ବିଶେଷ ପ୍ରଭାବ ନାହିଁ : ସନ୍ଧ୍ୟା ସୁଦ୍ଧା ବର୍ଷା ଛାଡିଯିବ, ରବିବାରରୁ ପାଗ ଶୁଖିଲା

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ଏହାର ଆଉ ବିଶେଷ ପ୍ରଭାବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି । କେବଳ ଉତ୍ତର ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ଏହା ବ୍ୟତୀତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝିପି ଝିପି ବର୍ଷା ରହିଛି । ସନ୍ଧ୍ୟା ସୁଦ୍ଧା ବର୍ଷା ଛାଡିଯିବ । ରବିବାର ଠାରୁ ପାଗ ଶୁଖିଲା ରହିବ । କାଁ ଭାଁ ଜଳୀୟବାଷ୍ପ ରହିଛି । ସେ ନେଇ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ଓ ୧୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ୧୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । 

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ବର୍ଷା ୨୪୦ ମି.ମି. ରେକର୍ଡ ହୋଇଛି । ଏହାପରେ ଭଦ୍ରକରେ ୨୧୫ମିମି ବର୍ଷା ରେକର୍ଡ଼ ହୋଇଛି । ଯାଜପୁର ଜିଲ୍ଲାରେ ମଧ୍ୟ  ୧୯୬ମିମି ବର୍ଷା ରେକର୍ଡ ହୋଇଛି । ରବିବାର ଠାରୁ ଦିନ ତାପମାତ୍ରା ମଧ୍ୟ ସାମାନ୍ୟ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  କୁହାଯାଇଛି । 

You Can Read:

ପାଗ ଅନୁକୂଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ସ୍ଥଗିତ, ଆକାଶ ମାର୍ଗରୁ କରିଥାଆନ୍ତେ ସର୍ଭେ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.