ପାଗ ଅନୁକୂଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ସ୍ଥଗିତ, ଆକାଶ ମାର୍ଗରୁ କରିଥାଆନ୍ତେ ସର୍ଭେ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: ମୁଖ୍ୟମନ୍ତ୍ରୀଙ୍କ ଏରିଅଲ୍‌ ସର୍ଭେ କାର୍ଯ୍ୟକ୍ରମ ସ୍ଥଗିତ । ପାଗ ଅନୁକୂଳ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ ସ୍ଥଗିତ । ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଜିଲ୍ଲା କରିଥାନ୍ତେ । ଏସଆରସି କାର୍ଯ୍ୟାଳୟରେ ବାତ୍ୟା ପରବର୍ତୀ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧାନ କରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକ୍ରମ ରହିଥିଲା । ବାତ୍ୟା ଯୋଗୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି । ସମସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ । 

ପୂର୍ବରୁ ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା କରି କହିଥିଲେ, ବାତ୍ୟା ଓ ବର୍ଷା ଯୋଗୁ ୧ ଲକ୍ଷ ୭୫ ହଜାର ଫସଲ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି । ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଘର ଭଙ୍ଗା ସହାୟତା ନେଇ ବି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ । ୭ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ଆକଳନ କରି ଖୁବଶୀଘ୍ର କ୍ଷୟକ୍ଷତି ସହାୟତା ରାଶି ଦିଆଯିବ। ଶୁକ୍ରବାର ବର୍ଷା, ପବନ ଓ ଅନ୍ଧାର ବିଦ୍ୟୁତ ମରାମତି କାର୍ଯ୍ୟରେ ବାଧା ହୋଇଥିଲା । ଶନିବାର ଅପରାହ୍ନ ସୁଦ୍ଧା ଶତ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ।


You Can Read:

ବାତ୍ୟାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.