ଦିଗପହଣ୍ଡିରେ ଦୁଇଟି ସ୍ଥାନରେ ବୋମାମାଡ଼, ପୁଲିସକୁ ଖୋଲା ଚାଲେଞ୍ଜ କଲେ ଦୁର୍ବୁତ୍ତ

Published By : Prameya-News7 Bureau | October 26, 2024 IST

News7

ଦିଗପହଣ୍ଡି: ଦିଗପହଣ୍ଡି ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି। ଦିଗପହଣ୍ଡି ଥାନା ଅଧୀନ ଥିବା ପଦ୍ମନାଭପୁର ମୁଖ୍ୟ ରାସ୍ତାରେ ବାଇକ ଆରୋହୀ ଶତ୍ରୁଘନ ସେଠୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ମଧ୍ୟରେ ବଳରାମ ସେଠୀ ଓ ତାର ସହଯୋଗୀ ରହିଥିବା ସୂଚନା ମିଳିଛି। 

ଉକ୍ତ ଦୁର୍ବୁତ୍ତମାନେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ  ବୋମା ମାଡ଼ କରିଥିବା ଜଣାପଡ଼ିଛି। ଏହି ଘଟଣାରୁ ଜଣାପଡୁଛି ଯେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତମାନେ କାର୍ ଓ ବୁଲେଟରେ ଆସି ଦୁଇଟି ସ୍ଥାନରେ ବୋମାମାଡ଼ କରିଥିଲେ।

ପ୍ରଥମେ ଦିଗପହଣ୍ଡି  ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା ଏକ ଥର୍‌ ଗାଡ଼ି ଉପରେ ବୋମାମାଡ଼ ଏବଂ ପଦ୍ମନାଭପୁର ଶନି ମନ୍ଦିର ନିକଟରେ ଥିବା ବାଇକ୍ ଆରୋହୀଙ୍କ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୁତ୍ତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.