ବୁଲିବାକୁ ଆସିଥିଲେ ପିକ୍‌ନିକ୍‌ ସ୍ପଟ୍, ସ୍ୱାମୀକୁ ବନ୍ଧକ ରଖି ସ୍ତ୍ରୀଙ୍କ ସହ ଗଣଦୁଷ୍କର୍ମ, ୫ ଗିରଫ

Published By : Prameya-News7 Bureau | October 26, 2024 IST

ଭୋପାଳ ୨୬।୧୦ : ପିକ୍‌ନିକ୍‌ ପାଇଁ ଆସିଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍‌ ପାଖକୁ ଚାଲିଆସିଲେ ଦୁର୍ବୃତ୍ତ । ସ୍ୱାମୀଙ୍କୁ ମାର୍‌ପିଟ୍‌ କରିବା ସହ ବାନ୍ଧି ଦେଲେ, ଆଉ ସ୍ୱାମୀ ସାମ୍ନାରେ ସ୍ତ୍ରୀଙ୍କୁ କରିଲେ ଗଣଦୁଷ୍କର୍ମ । ଜଣଙ୍କ ପରେ ଜଣେ ଏହିପରି ଭାବେ ଘଟାଇ ଚାଲିଲେ ଅମାନବୀୟ କାଣ୍ଡ । ଯାହାକୁ ପୁରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ପୋଲିସ ଘଟଣାରେ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ । 

ରେଓ୍ୱା ଜିଲ୍ଲା ଗୁଡ ଥାନା ଅଞ୍ଚଳରେ ଥିବା ଏକ ପିକ୍‌ନିକ୍ ସ୍ପଟ୍‌କୁ ବୁଲିବାକୁ ଆସିଥିଲେ ନବବିବାହିତ ଦମ୍ପତ୍ତି । ଏହି ସମୟରେ ହଠାତ୍‌ ପାଞ୍ଚ ଜଣ ଆସି ସ୍ୱାମୀ-ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଲେ। ଆଉ ସ୍ୱାମୀଙ୍କୁ ବନ୍ଧକ ରଖି ସ୍ତ୍ରୀ କରିଚାଲିଲେ ଗଣଦୁଷ୍କର୍ମ । ଜଣଙ୍କ ଜଣେ ମହିଳାଙ୍କ ସହ କରିଚାଲିଲେ ଗଣଦୁଷ୍କର୍ମ।ଏପିରିକି ଦୁର୍ବୃତ୍ତମାନେ ପୁରା ଘଟଣାର ଭିଡିଓ କରିଥିଲେ । ଆଉ ଧମକ ମଧ୍ୟ ଦେଇଥିଲେ କି, ଯଦି ଏହି ଘଟଣା ସଂପର୍କରେ କାହାକୁ କୁହ, ତେବେ ଏହି ଭିଡିଓକୁ ଭାଇରାଲ କରିଦେବୁ ବୋଲି କହିଥିଲେ । 

ସେପଟେ ବିଳମ୍ବିତ ରାତିରେ ସ୍ୱାମୀ-ସ୍ତ୍ରୀ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଅଭିଯୋଗ ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଏପିରିକି ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ ମଧ୍ୟ କରାଯାଇଥିଲା । ଆଉ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଶେଷରେ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ଜେରା କରୁଛି ପୋଲିସ । ଏହାସହ ୭ ଜଣଙ୍କ ନାଁରେ ଏତଲା ଦାୟର କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.