ବନ୍ୟା ପାଣିରେ ଭାସିଯାଇଥିଲେ ତିନି ଯୁବକ, ସୁରକ୍ଷିତ ଉଦ୍ଧାର ପରେ ଚିକିତ୍ସାଳୟରେ ଭର୍ତ୍ତି

Published By : Prameya-News7 Bureau | October 26, 2024 IST

ବାଲେଶ୍ବର: ବାତ୍ୟା ଦାନା ପ୍ରଭାବରେ ସବୁଠୁ କ୍ଷତି ସହିଥିବା ଜିଲା ମଧ୍ୟରେ ରହିଛି ବାଲେଶ୍ବର। ଜିଲାରେ ହୋଇଛି ବ୍ୟାପକ କ୍ଷୟ କ୍ଷତି। କାହା ଘରର ଛାତ ଉଡ଼ିଯାଇଛି ତ’ କେଉଁଠି ଘର ଉପରେ ପଡ଼ିଛି ବିଶାଳ ଗଛ। ଏତିକିରେ ସରିନି ଦୁର୍ଦ୍ଦଶା। ବାତ୍ୟା ପରେ ଲଗାଣ ବର୍ଷା ବାଲେଶ୍ବର ଲୋକଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। 

ଏମିତିକି ବାତ୍ୟା ପରେ ଲଗାଣ ବର୍ଷା ଯୋଗୁ ଏଠାରେ ମଧ୍ୟ ଜଳବନୀ ପରସ୍ଥିତି ସୃଷ୍ଟି ହୋଇଛି। ଆଉ ଏହି ବନ୍ୟାରେ ବାଲେଶ୍ୱର ସହର ନିକଟ ଦହପଡ଼ାଠାରେ ବନ୍ୟା ପାଣିରେ ଭାସିଯାଇଥିବା ତିନି ଯୁବକଙ୍କ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏକ ରବର ବୋଟ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଛନ୍ତି, ଉଦ୍ଧାର ପରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.