ସାଇବର ଠକଙ୍କୁ ବଡ଼ ପ୍ରହାର; ୫ହଜାର ପୋଲିସକର୍ମୀଙ୍କ ୧୪ ଗାଁର ୩ଶହ ସ୍ଥାନରେ ରେଡ୍, ୧୨୫ ଅପରାଧି ଗିରଫ

Published By : Prameya-News7 Bureau | April 29, 2023 IST

ଚଣ୍ଡିଗଡ଼: ଝାଡ଼ଖଣ୍ଡର ଜମରତା ପରି ହରିୟାଣାର ମେଓ୍ବାତ ସାଇବର ଠଙ୍କଙ୍କ ନୂଆ ହଟସ୍ପଟ୍ । ହରିୟାଣା ପୋଲିସ ସାଇବର ଠକ ଗ୍ରୁପ୍ ଉପରେ ବଡ଼ ପ୍ରହାର କରିଛି । ଗୁରୁବାର ରାତି ୩ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ଫିଲ୍ମ ଷ୍ଟାଇଲର ଚଢ଼ାଉ କରିଥିଲା । ବିଛୋର ଥାନା ଅନ୍ତର୍ଗତ ପ୍ରାୟ ୧୪ଟି ଗାଁର ୩୦୦ରୁ ଅଧିକ ଲୋକେସନକୁ ପୋଲିସ ଟାର୍ଗେଟ୍ କରିଛି । ଏହି କାର୍ଯ୍ୟାନୁଷ୍ଠାନରେ ଭିନ୍ନ ଭିନ୍ନ ଜିଲ୍ଲାର ପ୍ରାୟ ୫ହଜାରରୁ ଅଧିକ ପୋଲିସ କର୍ମୀ ସାମିଲ ହୋଇଥିଲେ ।

ମେଓ୍ବାତ ଏସପିଙ୍କ ନେତୃତ୍ବରେ ଏହି ରେଡ୍ ହୋଇଥିଲା । ଏଥିରେ ୧୦୨ଟି ରେଡ୍ ଟିମ୍ ସାମିଲ ଥିଲେ । ୧୪ଜଣ ଡିଏସପି, ୬ଜଣ ଏଏସପି ଟିମକୁ କନଣ୍ଟ୍ରୋଲ କରୁଥିଲେ । ଚଢ଼ାଉ ପୂର୍ବରୁ ପ୍ରଥମେ ସାଇବର ଠକଙ୍କ ଚିହ୍ନଟ କରାଯାଇଥିଲା । ପରେ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ୧୨୫ଜଣଙ୍କୁ ପୋଲିସ ଗିରଫ କରିଛନ୍ତି ।

wp:html /wp:html

ହରିୟାଣା ପୋଲିସ ମେଓ୍ବାତ ଜିଲ୍ଲାର ପୁହ୍ନେନା, ପିଙ୍ଗଓ୍ବା, ବିଚ୍ଛୋର ଏବଂ ଫିରୋଜପୁର ଥାନା ଅନ୍ତର୍ଗତ ୧୪ଟି ଗାଁକୁ ଘେରାବନ୍ଦୀ କରି ଅପରେସନ ଆରମ୍ଭ କରିଥିଲା । ସାଇବର ଓ ଅନ୍ୟ ଅପରାଧିରେ ଜଡ଼ିତ ଥିବା ୬୯ ଅଭିଯୁକ୍ତଙ୍କୁ ପୋଲିସ ଟାର୍ଗେଟ୍ କରି ରେଡ୍ କରାଯାଇଥିଲା । ମୋଟ୍ ୧୨୫ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ସହିତ ଅନ୍ୟ ରାଜ୍ୟର ଠକଙ୍କ ମଧ୍ୟ ଲିଙ୍କ୍ ରହିଛି ବୋଲି ପୋଲିସ ଜାଣିବାକୁ ପାଇଛି ।

{"id":779369,"sizeSlug":"full","linkDestination":"none"}

ଡିଆଇଜି ଏସଟିଏଫ ସିମରଦୀପ ସିଂହ ଏବଂ ନୁଁହ୍ ଏସପି  ବରୁଣ ସିଂଗଲା ଶୁକ୍ରବାର ଏବାବଦରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ସିମରଦୀପ ସିଂହ କହିଛନ୍ତି,  ଗତ କିଛି ମାସ ହେଲା ଏସପି ନୁହଁଙ୍କ ସ୍ପେଶାଲ ଟିମ୍ ପୁହ୍ନାନା ବିଚ୍ଛୋର ଥାନା ଅନ୍ତର୍ଗତ ସ୍ଥାନୀୟ ଗାଁକୁ ଯାଇ ସନ୍ଧିଗ୍ଧଙ୍କୁ ଚିହ୍ନଟ କରିଥିଲେ । ପରେ ୧୪ଟି ଗାଁରେ ପୋଲିସ ୩ଶହ ଲୋକେସନରେ ଛାପା ମାରିଥିଲା ।   ନୁଁହ୍ ଏସପି କହିଛନ୍ତି, ସାଇବରା ଠକଙ୍କୁ ଧରିବା ପାଇଁ ପୋଲିସ ୨୦ ହଜାର ମୋବାଇଲ ନମ୍ବର ବନ୍ଦ କରିବାକୁ ଟେଲିକମ୍ୟୁନିକେସନକୁ ଗୁହାରି କରିଥିଲେ ।

wp:html /wp:html

ଗିରଫ ହୋଇଥିବା ସାଇବର ଠକଙ୍କ ନିକଟରୁ ୬୬ଟି ମୋବାଇଲ ଫୋନ୍, ୬୫ ସିମ୍ କାର୍ଡ, ୧୬୬ଟି ଆଧାର କାର୍ଡ, ଭିନ୍ନ୍ ଭିନ୍ନ ବ୍ୟାଙ୍କର ୧୨୮ଟି ଡେବିଟ୍ କାର୍ଡ, ୨ଟି ସ୍ବାଇପ୍ ମେସିନ୍, ୩ଟି ଲାପଟପ, ୬ଟି ସ୍କାନର, ୫ ପାନକାର୍ଡ ଜବତ କରାଯାଇଛି । ସେହିପରି ଅପରାଧିଙ୍କ ପାଖରୁ ୭ଟି ମାରଣାସ୍ତ୍ର, ୨ଟି କାର୍, ୨ଟି ଟ୍ରାକ୍ଟର ଟ୍ରଲି, ୨୨ଟି ବାଇକ୍ ମଧ୍ୟ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.