ସ୍ପେନ୍‌ର ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ, ୧୩ ମୃତ

Published By : Prameya-News7 Bureau | October 02, 2023 IST

ନୂଆଦିଲ୍ଲୀ ୦୨।୧୦: ସ୍ପେନର ଦକ୍ଷିଣ-ପୂର୍ବ ସହର ମୁର୍ସିଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ। ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଥିଏଟର ନାଇଟ୍ କ୍ଲବରେ ସକାଳ ପ୍ରାୟ ୬ ଟାରେ ଅଗ୍ନିକାଣ୍ଡ ଘଟି ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା। ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ମର୍ସିଆର ଅଗ୍ନିଶମ ସେବା ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଅଗ୍ନିଶମ କର୍ମଚାରୀମାନେ ନାଇଟ୍ କ୍ଲବ ଭିତରେ ଥିବା ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଏବଂ ଜରୁରୀକାଳୀନ ସେବା ମୃତଦେହ ଖୋଜିବା ଏବଂ ଚିହ୍ନଟ କରିବାରେ ବ୍ୟସ୍ତ ଅଛନ୍ତି। ଅଧିକାରୀଙ୍କ ଅନୁଯାୟୀ ମୃତ୍ୟୁ ସଂଖ୍ୟା ବଢିପାରେ। ସହର ପରିଷଦ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।

{"width":764,"height":429}
Spain Night Club: स्‍पेन के नाइट क्‍लब में बड़ा हादसा, आग लगने से 13 लोगों  की मौत - News Nation

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ସେହି ଗ୍ରୁପ୍‌ର ଥିଲେ, ଯେଉଁମାନେ କ୍ଲବରେ ଜନ୍ମଦିନ ପାଳନ କରୁଥିଲେ। ପୋଲିସ କହିଛି ଯେ ମୃତଦେହଗୁଡିକ ଅତ୍ୟଧିକ ଜଳି ଯାଇଛି, ଯେଉଁଥିପାଇଁ ସେମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ବର୍ତ୍ତମାନ ଲୋକଙ୍କୁ ଚିହ୍ନିବା ପାଇଁ DNA ପରୀକ୍ଷା କରାଯିବ ।

wp:embed {"url":"https://www.prameyanews7.com/mexico-cargo-truck-crash/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mexico-cargo-truck-crash/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.