ଆଉ ଏକ ବାତ୍ୟା ଭୟ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | November 02, 2024 IST

ଭୁବନେଶ୍ୱର ୦୨।୧୧ : ସତ ହେବ କି ପାଞ୍ଜି କଥା ? ନଭେମ୍ବରରେ ହେବ କି ବାତ୍ୟା ? କିଛି ଏମିତି ଚର୍ଚ୍ଚା ଭିତରେ ଚିନ୍ତା ବଢାଇଛି IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟର ଆକଳନ। କାରଣ ନଭେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବା ନେଇ କରାଯାଉଛି ପୂର୍ବାନୁମାନ। ଏହା ଘନୀଭୂତ ହେବ କି ନାହିଁ ସ୍ପଷ୍ଟ ହୋଇନି । ତେବେ ଅକ୍ଟୋବର ବାତ୍ୟା କଥା ସତ ହେବା ପରେ ଏବେ ନଭେମ୍ବରରେ ବାତ୍ୟା ଆକଳନ ଲୋକଙ୍କୁ ଛାନିଆ କଲାଣି।

ଆସୁଛି ଆଉ ଏକ ବାତ୍ୟା । ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବ ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ରହିଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳରେ ପହଞ୍ଚିବ । ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡ଼ୁ, ରାୟଲସୀମା ଓ କେରଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଓଡ଼ିଶା ଉପରେ ଦାନା ବାନ୍ଧୁଛି ଲଘୁଚାପ କୌଣସି ପ୍ରଭାବ ପଡ଼ିବ ନାହିଁ । ଆସନ୍ତା ୭ ଦିନ ଯାଏଁ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ର ହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.