ମାହାଙ୍ଗା ୧୧।୧୧: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବିଜେଡି ପକ୍ଷରୁ ଅଳିଯୋଡ଼ା ଠାରେ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ ଏକ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଅତିଥି ଭାବେ ଜଗତସିଂହପୁରର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ବିଜେଡି ସମ୍ପାଦକ ବିଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ଦିନରେ ବିଜେଡିକୁ ଅଧିକ ମଜବୁତ କରିବା ସହ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ପାଇଁ ଆହ୍ବାନ ଦେଇଥିଲେ । ଏଥିରେ ମାହାଙ୍ଗା ବ୍ଲକ ଅଞ୍ଚଳର ୩୭ ପଞ୍ଚାୟତର ଶତାଧିକ ମହିଳା, ଯୁବ ଛାତ୍ର କର୍ମୀ ସାମିଲ ହୋଇଥିଲେ ।
You Can Read: