କଟକ ୧୧।୧୧: ଆଉ ଦିନ କେଇଟା ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସେଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଛି । ସେ ବିଦ୍ୟୁତ ବିଭାଗ ହେଉ ଅବା ମଞ୍ଚ କାମ କାହାର ହାତକୁ ତର ନାହିଁ । ବାଲିଯାତ୍ରାର ଦୁଇ ଦିନ ଆଗରୁ ସମସ୍ତ ବିଦ୍ୟୁତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଭାଗ ତାର ଅନେଶତ ପ୍ରତିଶତ କାର୍ଯ୍ୟ ଶେଷ କରିଥିବା ବେଳେ ମାତ୍ର କିଛି କାର୍ଯ୍ୟ ବାକି ରହିଛି । ଯାହା ଦିନ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ । ବାଲିଯାତ୍ରା ସମୟରେ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ୧୦ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଯେଉଁଠି ୨୪ ଘଣ୍ଟା କର୍ମଚାରୀ ମାନେ ସଜାଗ ରହିବେ ବୋଲି ବିଦ୍ୟୁତ ବିଭାଗ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର କହିଛନ୍ତି । ସେପଟେ ବାଲିଯାତ୍ରାରେ ପ୍ରତ୍ୟେକ ଦିନ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ସମାଗମ ହେବ ତେଣୁ ଲୋକଙ୍କ ସୁରକ୍ଷା ପାଇଁ ମୁତୟନ ହେବ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ । ସେହିଭଳି ଉଭୟ ତଳ ଓ ଉପର ପଡିଆରେ କୋଡ଼ିଏଟି ଏଡ୍ ପୋଷ୍ଟ ସହ ରହିବ ୱାଚ ଟାୱାର । ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ସ୍ଵତନ୍ତ୍ର ପାର୍କିଂ ରହିବ ବୋଲି କଟକ ଡିସିପି କହିଛନ୍ତି ।
ଚଳିତ ବାଲିଯାତ୍ରାକୁ ବେଶ୍ ଆକର୍ଷଣୀୟ କରିବା ପାଇଁ ବହୁତ ଯୋଜନା କରିଛି ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରାକୁ ଯିଏ ଆସିବ ୫ଶହ ଡ୍ରୋନ୍ରେ ସୋ’ ଦେଖି ପାରିବ । ମହାନଦୀରେ ଲେଜର ସୋ’ ଉପଭୋଗ କରିପାରିବ ଏଥିସହ କଟକ ଇନ୍ କଟକରେ ହେବାକୁ ଯାଉଥିବା ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମାକୁ ନେଇ ସୋ’ ଦେଖି ପାରିବେ । ଚଳିତ ବର୍ଷ ବାଲିଯାତ୍ରା ଓରମାସ୍ରେ ଅଧିକ ଷ୍ଟଲ କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ପସରା ଜମିବ । ତେବେ ଚଳିତ ବର୍ଷ ବାଲିଯାତ୍ରା ବେଶ୍ ଆକର୍ଷଣୀୟ ହେବ ବୋଲି କଟକ ବାସିନ୍ଦା କହିଛନ୍ତି ।
You Can Read:
ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୧୨ଦିନ ଛୁଟି, ମାସର ଦିନଟିଏ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ