ରାଉରକେଲା,୦୧/୦୨: ପୁରୁଷ ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ଫାଇଟ୍ । ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଆଜି ସଂଧ୍ୟାରେ ଦେଖିବାକୁ ମିଳିବ ଦମଦାର ମୁକାବିଲା । ଏଚଆଇଏଲ ଟାଇଟଲ୍ ପାଇଁ ଲଢ଼େଇ କରିବେ ବେଙ୍ଗଲ ଟାଇଗର୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ । ମ୍ୟାଚ୍ ପୂର୍ବରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫାଇନାଲରେ ମୁଖ୍ୟ ଅତିଥି ଭବେ ଯୋଗ ଦେବେ ।
ସୂଚନା ଅନୁଯାୟୀ, ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅବିଶ୍ୱସନୀୟ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଶୁକ୍ରବାର ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ଏଚ୍ଆଇଏଲର ଫାଇନାଲରେ ପ୍ରବେଶ କରିଛନ୍ତି । ୧୩ ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ସେମି ଫାଇନାଲ୍ ମ୍ୟାଚରେ ବେଙ୍ଗଲ ଟାଇଗର୍ସ ୨-୨ (୬-୫)ରେ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିରେ ହାଇଦ୍ରାବାଦ ତୁଫାନ୍ସ ୩-୧ରେ ସୁରମା ହକି କ୍ଲବକୁ ପରାଜିତ କରିଥିଲା । ଆଜିର ଫାଇନାଲ୍ ମ୍ୟାଚ୍ ଚିତ୍ତାକର୍ଷକ ହେବ ବୋଲି କୁହାଯାଉଛି । ବିଶ୍ବ ସର୍ବବୃହତ୍ତ ହକି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସର ଅଧିନାୟକ ଫାଇନାଲ୍ ଫାଇଟ୍ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।....