ଆସିଗଲା twitterର କମ୍ପିଟେଟର, ଲଞ୍ଚହେଲା Threads

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ ୬।୭:  ମାର୍କ ଜୁକର ବର୍ଗଙ୍କ ମେଟା ଟ୍ୱିଟରର କମ୍ପିଟେଟର ‘ଥ୍ରେଡସ୍’ ଆପକୁ ଲଞ୍ଚ କରିଛନ୍ତି। ଏହି ଆପ୍ କୁ ଏଲନ ମସ୍କଙ୍କ ଟ୍ୱିଟରର ୟୁଜରଙ୍କୁ ଏକ ଅଲ୍ଟରନେଟ୍ ପ୍ଲାଟଫର୍ମ ଅଫର କରୁଛି।  ଯେଉଁଥିରେ ଟ୍ୱିଟର ଭଳି ସବୁ ଫିଚର ଦିଆଯାଇଛି। ଏଥିରେ ପୋଷ୍ଟ ଲିମିଟ୍ ୫୦୦ ୱାର୍ଡ ଦିଆଯାଇଛି, ଯାହା ଟ୍ୱିଟରର ୨୮୦ ୱାର୍ଡ ଲିମିଟ୍ ଠାରୁ ଅନେକ ଅଧିକ ବୋଲି କୁହାଯାଉଛି। ଏହା ଛଡା ଏଥିରେ ୫ ମିନିଟ୍‌ ଲାଗି ଲିଙ୍କ, ଫଟୋ ଓ ଭିଡିଓ  ସେୟାର କରାଯାଇପାରିବ। 

ଭାରତ ବାହାରେ ଖୋଲିବ IIT ମାଡ୍ରାସ୍ କ୍ୟାମ୍ପସ, ଏହି ଦେଶ ସହ ହେଲା ଚୁକ୍ତି

ଏହି ଆପ୍ ଏବେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡ଼ା ଓ ଜାପାନ ସମେତ ୧୦୦ରୁ ଅଧିକ ଦେଶର ଗୁଗଲ ଏଣ୍ଡ୍ରଏଡ ଆପ ଷ୍ଟୋରରେ ଉପଲବ୍ଧ ହେଉଛି। ଅର୍ଥାତ ୟୁଜର ଏବେ ଟ୍ୱିଟରର ପ୍ରତିଯୋଗୀ ଆପ୍ ଥ୍ରେଡସ୍‌କୁ ଆପଲ ଆପ୍ ଷ୍ଟୋର ଓ ଗୁଗଲ ପ୍ଲେ ଷ୍ଟୋରରୁ ଇନଷ୍ଟଲ କରି ଏହାର ଫାଇଦା ଉଠାଇପାରିବେ। ଥ୍ରେଡ୍ ଇଂଷ୍ଟାଗ୍ରାମର ନୂଆ ଆପ୍ ଯାହା ୟୁଜରଙ୍କୁ ଟେକ୍ସଟ୍, ଲିଙ୍କ ସେୟାର କରିବା ଓ ବାକି ୟୁଜରଙ୍କୁ ମ୍ୟାସେଜର ଜବାବ ଦେଇ ବା ଦ୍ୱିତୀୟ ବାର ପୋଷ୍ଟ କରି କନଭର୍ସନରେ ସାମିଲ ହେବା ଲାଗି କ୍ୟାପାବିଲିଟି ଅଫର କରିଥାଏ।

ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ପନ୍ନୁର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କା, କିଛି ଦିନରୁ ଥିଲା ଅଣ୍ଡରଗ୍ରାଉଣ୍ଡ

ଆପ୍ ୟୁଜରଙ୍କୁ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ୟୁଜରନେମରୁ ଲଗ-ଇନ୍ କରିବାକୁ ଓ ନିଜର ଫଲୋଅର୍ସ ଲିଷ୍ଟକୁ ଫଲୋ କରିବାର ସୁବିଧା ଦେଉଛି। ଅର୍ଥାତ ଆପଣଙ୍କୁ କୌଣସି ଅଲଗା ୟୁଜର ନେମ ସେଟ୍ କରିବାର ଆବଶ୍ୟକତା ନାହିଁ। ମେଟାଙ୍କ ପପୁଲାର ଫଟୋ ଓ ଭିଡିଓ ସେୟାରିଂ ପ୍ଲାଟଫର୍ମର ୨ ବିଲିୟନରୁ ଅଧିକ ୟୁଜର ବେସ୍ ସହିତ ରହିଛି। ଯେଉଁଥିରେ ଟପ୍ ବ୍ରାଣ୍ଡ, ଫେମସ ସେଲିବ୍ରିଟିଜ୍ ଓ କଣ୍ଟେଣ୍ଟ କ୍ରିଏଟର ମଧ୍ୟ ଅଛନ୍ତି।

wp:html /wp:html

ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କ ଥ୍ରେଡସ୍ ର ଏକ ପୋଷ୍ଟ ଅନୁସାରେ ଏହି ଆପ୍ ୧ ବିଲିୟନରୁ ଅଧିକ ୟୁଜରଙ୍କ ସହିତ ପବ୍ଲିକ୍ କନଭର୍ସେସନ କରୁଥିବା ପ୍ରଥମ ଆପ୍ ସାବ୍ୟସ୍ତ ହୋଇପାରେ। ରିପୋର୍ଟ ଅନୁସାରେ ଥ୍ରେଡସ୍‌କୁ ‘ମାଷ୍ଟଡନ’ ଓ ‘ଡି ସେଣ୍ଟ୍ରାଲାଇଜଡ୍ ସୋସିଆଲ ମିଡିଆ’ ଆପସ୍‌ ଭଳି ସୋସିଆଲ ନେଟୱାର୍କିଂ ପ୍ରୋଟକଲରେ ନିର୍ମାଣ କରାଯାଇଛି। ଏହାର ଅର୍ଥ ୟୁଜର ଥ୍ରେଡସ୍‌ ରେ ଫ୍ଲୋଇଂ ବନେଇବା ସହିତ ଇଂଷ୍ଟାଗ୍ରାମ ବ୍ୟତୀତ ବଡ ଲେବୁଲରେ ୟୁଜରଙ୍କ ସହ ଇଣ୍ଟରାକ୍ଟ କରିପାରିବେ।

ପେଟ୍ରୋଲଠୁ ବି ଟମାଟୋ ମହଙ୍ଗା, ଜାଣନ୍ତୁ କେଉଁ ସବୁ ସହରରେ କେତେ ରହିଛି ଦାମ୍‌…

ୟୁଜରଙ୍କୁ ଏହି ଆପ୍‌ରୁ ଟ୍ୱିଟର ଭଳି ଏକ୍ସପିରିଏନ୍ସ ମିଳିବ। ଏହି ଆପ୍‌ରେ ଆପଣଙ୍କୁ ଟ୍ୱିଟର ଭଳି ଫିଚର ମିଳୁଛି। ଅର୍ଥାତ ଟ୍ୱିଟର ସହ ଥ୍ରେଡସ୍‌ ସିଧାଶଳଖ କମ୍ପିଟେସନ ପାଇଁ ପ୍ରସ୍ତୁତ। ଦୀର୍ଘ ସମୟରୁ ଟ୍ୱିଟରରେ ପରିବର୍ତ୍ତନ ଜାରି ରହିଛି। ଏଣୁ ୟୁଜର ସମସ୍ୟାରେ ପଡୁଛନ୍ତି। ଏଥିରେ ସେମାନଙ୍କୁ ଏକ ସେହିଭଳି ପ୍ଲାଟଫର୍ମ ମିଳିବାକୁ ଯାଉଛି। ଏଥିଲାଗି ଆପଣଙ୍କୁ ସର୍ବ ପ୍ରଥମେ ଗୁଗଲ ପ୍ଲେଷ୍ଟୋରକୁ ଯିବାକୁ ହେବ। ‘ଥ୍ରେଡ ଆନ୍ ଇଂଷ୍ଟାଗ୍ରାମ ଆପ୍’ ଟାଇପ୍‌ କରିବାକୁ ପଡିବ ଓ ଆପକୁ ଇଂଷ୍ଟଲ କରିବାକୁ ହେବ। ଏହା ପରେ ଆପଣଙ୍କୁ ଲଗ-ଇନ୍‌ ୱିଥ୍ ଇଂଷ୍ଟାଗ୍ରାମ ଅପସନ ଦେଖାଯିବ।

ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା, ଖାଇକୁ ଖସିପଡ଼ିଲା ବସ୍, ୨୭ ମୃତ, ୧୭ ଆହତ

ସ୍କ୍ରିନ ତଳକୁ କଣ୍ଟିନ୍ୟୁ ଅପସନ ରେ ଟର୍ମସ୍‌ ଆଣ୍ଡ କଣ୍ଡିସନ ପଢି କଣ୍ଟିନ୍ୟୁ କରନ୍ତୁ। ଏହା ପରେ ଫଲୋ ସେମ ଆକାଉଣ୍ଟ ଅର୍ଥାତ ଇଂଷ୍ଟାରେ ଆପଣଙ୍କର ଯେଉଁ ଆକାଉଣ୍ଟ ଥିଲା ଅପସନ ଆସିବା ପର୍ ଜଏନ୍‌ ଥ୍ରେଡସ୍‌ ରେ କ୍ଲିକ୍‌ କରନ୍ତୁ। ଆପଲ ୟୁଜର ମଧ୍ୟ ସେହି ଏକା ପ୍ରକାର ପ୍ରୋସେସ୍ ଫଲୋ କରି ଆପ୍‌ର ଉପଯୋଗ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.