ଶୁକ୍ରବାର ପାଇଁ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଜାରି, ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗର ସତର୍କତା

Published By : Prameya-News7 Bureau | March 27, 2025 IST

ଭୁବନେଶ୍ବର ଆସନ୍ତା ୨୪ ଘଣ୍ଟାରେ ବଢ଼ିବ ତାପମାତ୍ରା । ଆଗାମୀ ୩ ଦିନ ରାତ୍ରି ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଶୁକ୍ରବାର କେତେକ ସ୍ଥାନରେ ୫୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ । ଏନେଇ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

୨୯ ତାରିଖରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦାଉ ରହିପାରେ । ଖାସ୍‌ କରି ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ରହିବ ବୋଲି ବିଭାଗ କହିଛି । ସେହିଭଳି 

୩୦ ତାରିଖରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।  

ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ୩୮.୯ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ୩୮ ଡିଗ୍ରୀ ଅଧିକ ତାପମାତ୍ରା ୧୨ଟି ଜିଲ୍ଲାରେ ରେକର୍ଡ କରାଯାଇଛି । 

You Can Read:

ଏଣିକି ନବମ ଏବଂ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଖର୍ଚ୍ଚ ହେବ ୫୭୦.୭୧ କୋଟି ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.