ରାଜ୍ୟରେ କମିବ ନିଶା ବ୍ୟବହାର, ପର୍ଯ୍ୟାୟ କ୍ରମେ ଥମିବ ମଦ କାରବାର

Published By : Prameya-News7 Bureau | June 26, 2024 IST

ଭୁବନେଶ୍ୱର ୨୬।୦୬ : ରାଜ୍ୟରେ କମିବ ନିଶା ବ୍ୟବହାର । ରାଜ୍ୟରେ ପର୍ଯ୍ୟାୟ କ୍ରମେ କମିବ ମଦ କାରବାର l ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ବଡ଼ ବୟାନ । ନିଶା ଦ୍ୱାରା ସମାଜ କଳୂଷିତ ହେଉଛି । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। ନିଶା କାରବାର କମିଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ଏନେଇ ପଦକ୍ଷେପ ନିଆଯିବ । ଡ୍ରଗ୍ସ କାରବାର ଵିରୋଧରେ ଏହି କାର୍ଯ୍ୟକ୍ରମ କରାଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.