କଣ୍ଟ୍ରୋଲକୁ ଆସୁଛି ଦରଦାମ, ନିୟମିତ ଯାଞ୍ଚ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | June 29, 2024 IST

ଭୁବନେଶ୍ବର ୨୯/୬: ରାଜ୍ୟରେ ଦରଦାମ ବଢି ବଢି ଚାଲିଥିବାବେଳେ ପରିବା ଦରରେ ବ୍ରେକ ଲାଗୁନି ।ଯାହାର ଫାଇଦା ଉଠାଇ ଚଢା ଦରରେ ବିକ୍ରି କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ । ଚଢା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି ଚଢା ଦରରେ ବିକ୍ରି କରୁଥିବା ବ୍ୟବସାୟୀ ବନ୍ଧାହେବେ ।

ଧିରେ ଧିରେ ଦରଦାମ ନିୟନ୍ତ୍ରଣକୁ ଆସୁଛି । ବଜାରରେ ଏବେ ପିଆଜ ଓ ଆଳୁ ଦର ସ୍ଥିର ରହିଛି । ନାସିକ, ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ପିଆଜ ଆସୁଛି । ସେଠାରେ ଏସବୁର ଦାମ୍‌ ଅଧିକ ଥିବାରୁ ଓଡ଼ିଶାରେ ଦର ସାମାନ୍ୟ ଅଧିକ ରହୁଛି । ଏବେ ସବୁ ଗୋଦାମ ସର୍ଚ୍ଚ ଚାଲିଛି । କିଣା ବିଲ୍‌ ମଧ୍ୟ ଦେଖାଯାଉଛି । ଯଦି କେହି ଚଢା ଦରରେ ବିକ୍ରି କରେ ଚଢାଉ ହେବ । ଖୁଚୁରା ବ୍ୟବସାୟୀ ଅଧିକ ଲାଭ ରଖି ବିକ୍ରି କରୁଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମିତ ଯାଞ୍ଚ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.