ମାଲକାନଗିରି ୧୫।୧୧: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉତ୍ସବ ଦେଖିବାକୁ ଯାଇ ପୋଖରୀରେ ବୁଡିଗଲେ ନାବାଳିକା । ଚମ୍ପାନଗର ଗାଁ ନିକଟସ୍ଥ ପୋଖରୀରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଚମ୍ପାନଗର ଗାଁର ଅନେକ ଲୋକ ଡଙ୍ଗା ଭସାଉଥିବା ବେଳେ ଗାଁର ଛୋଟ ଛୋଟ ପିଲା ସେଠାକୁ ଯାଇଥିଲେ । ସେଠାରେ ପିଲା ମାନେ ଡଙ୍ଗା ଭିତରୁ ଟଙ୍କା ସଂଗ୍ରହ କରିବା ଲାଗି ପାଣିରେ ପସିଯାଇଥିଲେ । ସେହି ସମୟରେ ସାବିତ୍ରୀ ହନ୍ତାଳ ପଙ୍କ ଭିତରେ ଫସିଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
You Can Read: