ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ଭୟରେ ବଦଳାଇଲେ ବୟାନ : ସାକ୍ଷୀ ମଲ୍ଲିକ

Published By : Prameya-News7 Bureau | June 18, 2023 IST

ନୂଆଦିଲ୍ଲୀ: ଯୌନ ଶୋଷଣ ମାମଲାରେ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗତକାଲି(୧୭ ଜୁନ ୨୦୨୩) କ୍ଲିନ୍‌ଚିଟ୍ ଦେଇଛି ଦିଲ୍ଲୀ ପୁଲିସ। ଏହାପରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ। ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ବୟାନ ବଦଳାଇଛନ୍ତି ବୋଲି ସାକ୍ଷୀ କହିଛନ୍ତି। ତାଙ୍କ ପରିବାରକୁ ଧମକ ଦିଆଯିବାରୁ ସେ ବୟାନ ବଦଳାଇଥିବା ସାକ୍ଷୀ ଏକ ଭିଡିଓ ଟ୍ୱିଟ୍ କରି କରିଛନ୍ତି।

ଗତକାଲି ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଦୁଇଟି ଚାର୍ଜଶିଟ୍ ଦାଖଲ କରିଥିଲା। ନାବାଳିକା ଯୌନ ଶୋଷଣା ମାମଲାରେ ଓ ଅନ୍ୟ ସବୁ ଅଭିଯୋଗରେ ପ୍ରମାଣ ନ ମିଳିବାରୁ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ରଦ୍ଦ କରିବାକୁ କୋର୍ଟରେ ଆବେଦନ କରିଥିଲା ଦିଲ୍ଲୀ ପୁଲିସ।  

{"width":840,"height":473}
PM मोदी के खिलाफ हेट स्पीच में शामिल नहीं थे पहलवान, दिल्ली पुलिस ने दी क्लीन चिट

ସାକ୍ଷୀଙ୍କ ସମେତ, ବଜରଙ୍ଗ ପୁନିଆଁ ଓ ବିନେଶ ଫୋଗାଟଙ୍କ ଭଳି ଭାରତର ଅନ୍ୟ କୁସ୍ତି ଯୋଦ୍ଧାମାନେ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ମାସାଧିକ କାଳ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାକୁ ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ କୁସ୍ତି ଯୋଦ୍ଧାମାନେ ତାଙ୍କ ଆନ୍ଦୋଳନ ଶେଷ କରିଥିଲେ। ହେଲେ ଶେଷରେ ବ୍ରିଜ ଭୂଷଣକୁ କ୍ଲିନ୍‌ ଚିଟ୍ ଦେଲା ଦିଲ୍ଲୀ ପୁଲିସ।

ପଢ଼ନ୍ତୁ -ଆଉ ତାନାଶାହୀ ଚାଲିବନି, ବରଂ ମହିଳା କୁସ୍ତି ଯୋଦ୍ଧାଙ୍କ ସତ୍ୟାଗ୍ରହ ଚାଲିବ: କେନ୍ଦ୍ର ସରକାରଙ୍କୁ ସାକ୍ଷୀ ମଲ୍ଲିକଙ୍କ ଚେତାବନୀ

ଭିଡିଓ ଜାରି କରି କୁସ୍ତି ଯୋଦ୍ଧାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଉପରେ ସଫେଇ ଦେଇଛନ୍ତି ସାକ୍ଷୀ ମଲ୍ଲିକ। ସେ କହିଛନ୍ତି "ଆମ ପାଖରେ ଏକତା ନଥିବାରୁ ଆମେ ଦୀର୍ଘଦିନ ଧରି ନିରବ ରହିଥିଲୁ। ଯେଉଁ ନାବାଳିକା ୧୬୧ ବୟାନ ଦେଇଥିଲେ ପରେ ବୟାନ ବଦଳାଇ ୧୬୪ରେ ବୟାନ ଦେଲେ। ତାଙ୍କ ପରିବାରକୁ ଧମକ ଦିଆଯାଉଥିଲା। କୁସ୍ତିକୁ ଆସୁଥିବା ସବୁ ଖେଳାଳି ବହୁତ ଗରିବ ପରିବାରରୁ ହୋଇଥିବାରୁ ଏତେବଡ଼ ବ୍ୟବସ୍ଥା ବିରୋଧରେ ଏକାକି ସ୍ୱର ଉଠାଇବାକୁ ତାଙ୍କ ପାଖରେ ସାହସ ନଥାଏ। ଭାରତର ପ୍ରମୁଖ କୁସ୍ତି ଯୋଦ୍ଧାମାନେ ଏକ ହେଇ ଆନ୍ଦୋଳନ କଲେ। ହେଲେ ଆପଣ ଦେଖିଲେ ଅବସ୍ଥା କ'ଣ ହେଲା।"

Wrestlers And Police Clash At Jantar Mantar In Delhi; Vinesh Phogat Breaks  Down | WATCH

ଏହି ଭିଡିଓରେ ସାକ୍ଷୀଙ୍କ ସ୍ୱାମୀ ସତ୍ୟବ୍ରତ କାଦିଆନ ମଧ୍ୟ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ,ଏହାର ଆଭିମୁଖ୍ୟ ଓ ଭୋଗିଥିବା ଅଭସ୍ଥା ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି। ତେବେ ତାଙ୍କ ଲଢ଼େଇ ସରକାର ବିରୋଧରେ ନଥିଲା ବରଂ ଡବ୍ଲୁଏଫ୍‌ଆଇ ଅଧ୍ୟକ୍ଷଙ୍କ ବିରୋଧରେ ଥିଲା ବୋଲି ସତ୍ୟବ୍ରତ କହିଛନ୍ତି।
କୁସ୍ତି ଯୋଦ୍ଧାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ନେଇ ସଫେଇ ଦେଇ କହିଛନ୍ତି ସତ୍ୟବ୍ରତ କହିଛନ୍ତି "ଆମ ଆନ୍ଦୋଳନ କଂଗ୍ରେସ ଦ୍ୱାରା ପ୍ରେରିତ ହୋଇଥିଲା। କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡା ଆମକୁ ଉସ୍‌କାଇଥିଲେ ବୋଲି ଅଭିଯୋଗ ହେଉଛି। ଆଣପଙ୍କୁ କହି ରଖୁଛୁ ଯେ ଆମେ ପ୍ରଥମେ ଜନ୍ତରମନ୍ତରେ ଆନ୍ଦୋଳନ କରିଥିଲୁ। ଏହି ଆନ୍ଦୋଳନ ପାଇଁ ବିଜେପିର ଦୁଇ ନେତା ତିରଥ ରାଣା ଓ ବବିତା ଫୋଗାଟ୍ ଏଥିପାଇଁ ଅନୁମତି ନେଇଥିଲେ। ତେଣୁ କଂଗ୍ରେସ ଆନ୍ଦୋଳନ କେମିତ କରାଇବ?"

ପଢ଼ନ୍ତୁ -କୁସ୍ତି ଯୋଦ୍ଧାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ୍ ପାଇଁ କୋର୍ଟଙ୍କୁ ଦିଲ୍ଲୀ ପୁଲିସର ଅନୁରୋଧ

ସେ ଆହୁରି କହିଛନ୍ତି ଯେ ଦୀର୍ଘ ୧୦-୧୨ ବର୍ଷ ହେଲା ମହିଳା କୁସ୍ତିଯୋଦ୍ଧାମାନଙ୍କୁ କିପରି ଅନୁଚିତ ବ୍ୟବହାର କରାଯାଉଥିଲା ତାହା କୁସ୍ତି ଯୋଦ୍ଧା ଓ ପ୍ରସିକ୍ଷକମାନେ ଜାଣୁଥିଲେ। ଯିଏ ବି ସ୍ୱର ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିଲେ ସେ କଥା ସିଧା ଯାଇ ଡବ୍ଲୁଏଫ୍‌ଆଇ ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚି ଯାଉଥିଲା। ସେମାନେ ତାଙ୍କ କ୍ୟରିୟରରେ ସମସ୍ୟା ଭୋଗୁଥିଲେ ବୋଲି ସତ୍ୟବ୍ରତ କହିଛନ୍ତି।

Wrestlers' Protest: SC Issues Notice To Delhi Police Over Wrestlers' Plea  Seeking FIR Against WFI Chief

ସୂଚନା ଥାଉକି ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ହୋଇଥିବା ମାମଲା ରଦ୍ଦ ଆବେଦନକୁ କୋର୍ଟ ଜୁଲାଇ ୪ରେ ବିଚାର କରିବେ। ସେହିପରି ଜୁନ ୧୮ ତାରିଖରେ ଖାପ୍ ପଞ୍ଚାୟତ ବୈଠକ ପରେ ପରବର୍ତ୍ତି ପଦକ୍ଷେପ ନେଇ କୁସ୍ତିଯୋଦ୍ଧାମାନେ ନିଷ୍ପତ୍ତି ନେବେ ବୋଲି କୁସ୍ତିଯୋଦ୍ଧା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.