ଘରେ ଏକୁଟିଆ ଥିଲେ ବୃଦ୍ଧା, ହାର-ମୁଦି ସଫା କରିବାକୁ ମାଗି ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | April 11, 2024 IST

ସାଲେପୁର ୧୧।୪: ଘରେ କେହି ରହୁନଥିବା ବେଳେ ବୃଦ୍ଧାକୁ ଏକୁଟିଆ ପାଇ ଠକି ନେଲେ । ଦୁଇ ଠକ ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏହିସବୁ ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି । ଏଭଳି ଠକାମୀର ଶିକାର ହୋଇଛନ୍ତି ସାଲେପୁର ଥାନା ପାଟପୁର ଗ୍ରାମର ବୃଦ୍ଧା କଞ୍ଚାନ ମହାପାତ୍ର । 

ସୂଚନାଯୋଗ୍ୟ ଯେ, କଞ୍ଚାନ ମହାପାତ୍ର ଘରେ ଏକୁଟିଆ ରହୁଥିବା ବେଳେ ଦୁଇ ଜଣ ଯୁବକ ନିଜକୁ ଏକ ନାମୀଦାମୀ ସଂସ୍ଥାରୁ ଆସି ନିଜର ପରିଚୟ ଦେଇଥିଲେ । ବୃଦ୍ଧାଙ୍କ ବେକରୁ ୪ ଭରିର ସୁନା ହାର ଓ ଆଙ୍ଗୁଠିରେ ପିନ୍ଧିଥିବା ମୁଦିକୁ ସଫା କରିବାକୁ କହିଥିଲେ । ବୃଦ୍ଧା ଜଣକ ବେକରୁ ଓ ହାତରୁ ସୁନା ହାର ଓ ମୁଦି ସଫା କରିବାକୁ ଦେଇଥିଲା। ବୃଦ୍ଧାଙ୍କୁ ଏକ ଗିନାରେ କିଛି ପାଉଡର ଦେଇଥିଲେ ସୁନା ସଫା କରିବାକୁ । ହେଲେ ଗିନାରେ ହାର ଆଉ ମୁଦି ନଥିଲା। ବୃଦ୍ଧା ଜଣକ ପଚାରିବାରୁ ଘଟଣାସ୍ଥଳରୁ ବାଇକରେ ଦୁଇ ଜଣ ଯୁବକ ଫେରାର ହୋଇଯାଇଥିଲେ । ବୃଦ୍ଧା କଞ୍ଚାନ ପାଟି କରିବାରୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ । ହେଲେ ଦୁଇ ଜଣ ଯୁବକ ବାଇକରେ ଫେରାର ହୋଇଯାଇଥିଲେ । ଏନେଇ ବୃଦ୍ଧା ଜଣକ ସାଲେପୁର ଥାନାରେ ଅଭିଯୋଗ କରିଥିବା ବେଳେ ସାଲେପୁର ପୋଲିସ ପକ୍ଷରୁ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

You Can Read :

ବିଜେପିର ମହିଳା ବିରୋଧୀ ମନୋଭାବ ବିରୋଧରେ ସିଇଓଙ୍କ ନିକଟରେ ବିଜେଡି ଫେରାଦ, ବିଜେପି କହିଲା ହାସ୍ୟାସ୍ପଦ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.