ନେତାଜୀ ମ୍ୟୁଜିୟମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ,ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ

Published By : Prameya-News7 Bureau | June 17, 2024 IST

କଟକ୧୭/୬: କଟକ ଗସ୍ତରେ ଯାଇ ନେତାଜୀ ମ୍ୟୁଜିୟମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ତାଙ୍କର ସ୍ମୃତିଚାରଣ କରିଛନ୍ତି । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି

ଜଣାଇବା ସୌଭାଗ୍ୟର କଥା । ଓଡ଼ିଆ ଅସ୍ମିତା ବିପଦରେ ଅଛି । ଓଡ଼ିଆ ଅସ୍ମିତାକୁ ବିଶ୍ବ ଦରବାରରେ ପହଞ୍ଚାଯିବ। ପାଞ୍ଚ ବର୍ଷର ସରକାର ପଚାଶ ବର୍ଷର କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିକୁ ଗୁରୁତ୍ବ ଦେବେ ସରକାର । ଏଥିସହ ବିକାଶର ଅଧୁରା କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରେ ମୋହନ ମାଝୀଙ୍କର ଏହା ପ୍ରଥମ କଟକ ଗସ୍ତ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.