ନବ ନିର୍ବାଚିତ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | June 24, 2024 IST

ମାହାଙ୍ଗା ୨୪।୬: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ପୀଠ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଜନ୍ମମାଟି ପଶୁଲୁଣ୍ଡା ଠାରେ ଆଇନଜୀବୀ ମାନେ ମାହାଙ୍ଗାର ନବ ନିର୍ବାଚିତ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶାରଦା ପ୍ରସାଦ ପ୍ରଧାନ କହିଲେ ସମାଜରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା କ୍ଷେତ୍ରରେ ଆଇନଜୀବୀ ମାନେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ସାଲେପୁର ଓକିଲ ସଂଘ ସଭାପତି ବିକ୍ରମ କେଶରୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ, କିଶନନଗର, ପାଗା, ଜଗତପୁର, ଆଠଗଡ ଏବଂ କଟକ ଅଞ୍ଚଳର ଶତାଧିକ ଆଇନଜୀବୀ ଯୋଗଦେଇଥିଲେ । 

ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୨ଟି ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ସରକାରୀ ସ୍ଵୀକୃତି ମିଳିସାରିଛି । ଏଣୁ କିପରି ସରକାରୀ ଜମି ଉପରେ ନୂତନ କୋର୍ଟ ନିର୍ମାଣ ହୋଇପାରିବ, ସେ ଦିଗରେ ତହସିଲଦାର ଏବଂ ଆଇନଜୀବୀ ମାନଙ୍କ ସହିତ ବିଚାର ବିମର୍ଶ ପରେ, ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଥିଲେ । ଏହାସହ ଆଇନୀଜୀବୀ ମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖୁବ୍‌ଶୀଘ୍ର ଆଇନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ l

You Can Read :

ଭୟାବହ ଅଗ୍ନିକାଣ୍ଡ : ଜଳି ପାଉଁଶ ହୋଇଗଲା ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.