ପରିବା ବଜାରରେ ମହଙ୍ଗା ମାଡ଼, ୫ ଶହ ଟଙ୍କାର ପରିବା କିଣିଲେ ବି ବ୍ୟାଗ୍ ଅଧା ହେଉନି

Published By : Prameya-News7 Bureau | June 25, 2024 IST

ଆଠଗଡ଼ ୨୫।୬: କନ୍ଦେଇଲାଣି ପରିବା ଝୁଡ଼ି । ହାଣ୍ଡିଶାଳର ପରିବା ଝୁଡ଼ିରୁ ପରିବା ଗାଏବ । ଯେଉଁଠାରେ ଭଳିକି ଭଳି ପରିବା ପଡ଼ି ବିଭିନ୍ନ ତରକାରୀ ହେଉଥିଲା ଏବେ ଆଉ ଦେଖିବାକୁ ମିଳୁନି । ଏଭଳି ଦୃଶ୍ୟ ଆଠଗଡ଼ ନିତିଦିନିଆ ପରିବା ବଜାରର । ଯେଉଁଠି ପରିବା ଦର ଆକାଶ  ଛୁଆଁ ହୋଇଥିବାରୁ ଆଗ ଭଳି ଗହଳି ଚହଳି ଆଉ ଦେଖିବାକୁ ମିଳୁନି । ୫୦୦ ଟଙ୍କାର ପରିବା କିଣିଲେ ବ୍ୟାଗ ଅଧା ମଧ୍ୟ ହେଉନି । ଚିନ୍ତାରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକ । ନିରାମିଷ ଖାଉଥିବା ଲୋକଙ୍କ କଥା ତ ନକହିବା ଭଲ । ପରିବା ଦରରେ  ରୋକ୍ ଲଗାନଗଲେ ଆଗକୁ ଏହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ ବୋଲି ଖାଉଟି କହିଥିବା ବେଳେ ଦରଦାମ ବୃଦ୍ଧି ପାଇଁ ବ୍ୟବସାୟୀ ମାନଙ୍କୁ ମଧ୍ୟ ବହୁ କ୍ଷତି ସହିବାକୁ ପଡୁଛି । କାରଣ ଖାଉଟିମାନେ ଯେତିକି ପରିମାଣରେ ପରିବା କିଣୁଥିଲେ ବର୍ତ୍ତମାନ ସେତିକି ପରିମାଣରେ କିଣୁ ନାହାନ୍ତି ଯାହା ଫଳରେ ବହୁ ପନିପରିବା ପଚି ନଷ୍ଟ ହୋଇଯାଉଥିବା ବ୍ୟବସାୟୀ କହିଛନ୍ତି ।

You Can Read :

କଟକ SCBରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରୋଗୀଙ୍କୁ ଉନ୍ନତ ସେବା ପ୍ରଦାନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.