କଟକ SCBରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରୋଗୀଙ୍କୁ ଉନ୍ନତ ସେବା ପ୍ରଦାନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ

Published By : Prameya-News7 Bureau | June 25, 2024 IST

କଟକ ୨୫।୬: କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମେଡିକାଲ କଲେଜ ଅଧ୍ୟକ୍ଷ ଓ ଡିନ୍‌ଙ୍କ ସହ ଚିକିତ୍ସା ବ୍ୟବସ୍ଥା ନେଇ ଆଲୋଚନା କଲେ । ଏସ୍‌ସିବିର ବିଭିନ୍ନ ବିଭାଗକୁ ଯାଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଚିକିତ୍ସା ବ୍ୟବସ୍ଥା ନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି । ମେଡିକାଲର ଭିତ୍ତିଭୂମି ସମ୍ପର୍କରେ ଅଧିକାରୀ ମାନଙ୍କ ସହ ମଧ୍ୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ କାମର ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।

ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଡାକ୍ତର ମାନଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁନ୍ନା ଭାଇ ଏମ୍‌ବିବିଏସ୍ ଫିଲ୍ମର ଉଦାହରଣ ଦେଇ ମାନବିକତାର ସହ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ଡାକ୍ତରମାନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି ।

You Can Read :

ପର୍ଯ୍ୟଟନ ବିଭାଗର ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ବୃକ୍ଷରୋପଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.