ପର୍ଯ୍ୟଟନ ବିଭାଗର ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ବୃକ୍ଷରୋପଣ

Published By : Prameya-News7 Bureau | June 25, 2024 IST

ଭୁବନେଶ୍ବର ।୬: ମା’ ପାଇଁ ଗଛଟିଏ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟ ପାନ୍ଥନିବାସ ଠାରେ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମସ୍ତ କର୍ମଚାରୀ ଆମ ବିଭାଗରେ ଅଛନ୍ତି ସମସ୍ତେ ଗଛ ଲଗାଇବେ ନିଜ ପାଇଁ । ଗଛକୁ ବଢ଼େଇବା ସେ ଅଧିକାରୀଙ୍କ ଦାୟିତ୍ୱ ରହିବ । ଏ ସପ୍ତାହରେ ୨ ହଜାର ଗଛ ଲଗାଇବେ ସମସ୍ତେ । ପ୍ରଧାନମନ୍ତ୍ରୀଙ୍କୁ ଡକ୍ୟୁମେଣ୍ଟ ପଠାଇବୁ । ମୁଁ ୨ଟି ଗଛ ଲଗାଇଅଛି ଏ ଯାଏ। ଯେଉଁ ମା ର ସନ୍ତାନ ନାହିଁ ତାଙ୍କ ପାଇଁ ଆଉ ଗୋଟିଏ ଗଛ ଲଗାଇଛି । ସୁଭଦ୍ରା ଯୋଜନା ଉପରେ କୌଣସି ଭ୍ରମିତ ଖବର ନଦେଖାଇବା ପାଇଁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ । 

ସେପଟେ ସେ କହିଛନ୍ତି, କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ୍ ନୁହେଁ । ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ସରକାର ଯାହା ଯୋଜନା କରିଛନ୍ତି ତାକୁ ଦେଖାନ୍ତୁ, ଭୁଲ ଖବର ଦେଖାନ୍ତୁ ନାହିଁ । ୧୦୦ ଦିନ ମଧ୍ୟରେ ପୁରା ଡାଇଗ୍ରାମ ଆସିବ । ରୂପରେଖ ଯାହା ଆସିବ ସେହି ଅନୁସାରେ କାର୍ଯ୍ୟ ହେବ । ପର୍ଯ୍ୟଟନ ବିଭାଗ ବିକଶିତ ଓଡ଼ିଶାରେ ଏକ ନୂଆ ଦିଗରେ ସାମିଲ ହେବ । ରୁରାଲ ଟୁରିଜିମ୍ ବଢିଲେ ଗାଁ ଲୋକ ଲାଭବାନ ହେବ । ତାହା ଉପରେ ମଧ୍ୟ ଖସଡ଼ା ପ୍ରସ୍ତୁତ ହେବ।

You Can Read :

5T ସ୍କୁଲ ଗୃହ ନିର୍ମାଣ ନିମ୍ନମାନର ଅଭିଯୋଗ : ସ୍କୁଲ ପରିଦର୍ଶନ କଲେ କଟକ ସଦର ବିଧାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.