ଦୁଇଟି ମନ୍ଦିରରୁ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ଲୁଟ୍

Published By : Prameya-News7 Bureau | June 24, 2024 IST

ଆଠଗଡ଼ ୨୪।୬: ଦୁଇଟି ମନ୍ଦିରରୁ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ଚୋରି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ଆରାଧ୍ୟା ମା’ ମହାଶ୍ୟାମଳା ଏବଂ ଅଭିରାମ ପରମହଂସଙ୍କ ମନ୍ଦିରରୁ ଚୋରି । ରବିବାର ବିଳମ୍ବିତ ରାତିରେ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ଦୁଇ ମନ୍ଦିରର ଫାଟକ ତାଲା ଭାଙ୍ଗି ମନ୍ଦିର ମଧ୍ୟରେ ଥିବା ଘଣ୍ଟ, ଘଣ୍ଟି, ଅନ୍ୟାନ୍ୟ ବିଭିନ୍ନ ଧାତବ ପାତ୍ର ସହିତ ମନ୍ଦିରର ଦାନ ବାକ୍ସକୁ ଲୁଟି ନେଇଛନ୍ତି ।  ମନ୍ଦିର ପରିଚାଳନା କମିଟି ପକ୍ଷରୁ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read :

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.