ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲୀପ ରାୟ, ବିଜେଡି ବିଧାୟକ ସାରଦା ନାୟକଙ୍କ ବିରୋଧରେ ଦାୟର କଲେ ନିର୍ବାଚନୀ ମାମଲା

Published By : Prameya-News7 Bureau | June 21, 2024 IST

କଟକ ୨୧।୬: ହାଇକୋର୍ଟରେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ବିରୋଧରେ ନିର୍ବାଚନୀ ମାମଲା ଦାୟର କଲେ ବିଜେପି ନେତା ଦିଲୀପ ରାୟ । ନାମାଙ୍କନ ଦାଖଲରେ ସାରଦା ମିଥ୍ଯା ସତ୍ୟପାଠ ଦେଇଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ ରାୟ । ସତ୍ୟପାଠରେ ନିଜ ନାଁରେ ଥିବା ଅସ୍ଥାବର ସମ୍ପତ୍ତି ଏବଂ ଫୌଜଦାରୀ ମାମଲା ଲୁଚାଇଥିବା ମାମଲାରେ ଦର୍ଶାଇଛନ୍ତି ଦିଲୀପ । ତେଣୁ ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ଆବେଦନ କଲେ ବିଜେପି ନେତା ଦିଲୀପ ରାୟ । ନାମାଙ୍କନ ପତ୍ର ଦାଖଲ ସମୟରେ ଦିଲୀପ ଏ ସମ୍ପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେତେବେଳେ ଏହାକୁ ନଜର ଅନ୍ଦାଜ କରାଯାଇଥିବା ଦିଲୀପ ରାୟ ଅଭିଯୋଗ କରିଛନ୍ତି ।

You Can Read :

ଭିଜିଲାନ୍ସ ଜାଲରେ RI ଓ ARI, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.