ଭିଜିଲାନ୍ସ ଜାଲରେ RI ଓ ARI, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | June 21, 2024 IST

ସୋନପୁର ୨୧।୬: ଭିଜିଲାନ୍ସ ଜାଲରେ ଆରଆଇ । ଖଣ୍ଡହତା ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ବିଭାଗ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ରାଜସ୍ବ ଅଧିକାରୀ ରାଜେନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ରାଜସ୍ବ ଅଧିକାରୀ ପଞ୍ଚାନନ ଡାଙ୍ଗ ଅଭିଯୋଗକାରୀଙ୍କ ଠାରୁ ଆରଓଆର ସଂଶୋଧନ କରିବା ପାଇଁ ଆରଆଇ ଅଫିସ ଠାରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । 

ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗଙ୍କୁ ମାଡ଼ିବସିଲେ । ଉଭୟ ଅଧିକାରୀଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି । ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ଡ଼ିଏସପି ରିତାଞ୍ଜଳୀ ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ ସମୟରେ ବଲାଙ୍ଗୀର ଡିଏସପି ପଳସ୍ତି ଛାତ୍ରିଆ, ଏଏସଆଇ ନନ୍ଦ କିଶୋର ବଗର୍ତ୍ତୀ, ଝସକେତନ ବାରିକ ପ୍ରମୁଖ ସାମିଲ ଥିଲେ ।

You Can Read :

ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.