ବିଜେପିର ମହିଳା ବିରୋଧୀ ମନୋଭାବ ବିରୋଧରେ ସିଇଓଙ୍କ ନିକଟରେ ବିଜେଡି ଫେରାଦ, ବିଜେପି କହିଲା ହାସ୍ୟାସ୍ପଦ

Published By : Prameya-News7 Bureau | April 11, 2024 IST

ଭୁବନେଶ୍ବର ୧୧।୪: ବିଜେପିର ମହିଳା ବିରୋଧୀ ମନୋଭାବ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ବିଜେଡି କହିଛି, ମହିଳାଙ୍କ ଚରିତ୍ର ଉପରେ ବିଜେପି ନେତା ଆକ୍ଷେପ କରୁଛନ୍ତି ସବୁ ନିର୍ବାଚନରେ । ତୃଣମୂଳସ୍ତରରେ କାମ କରି ନିଜ ଆତ୍ମସ୍ୱାଭିମାନ ତିଆରି କରୁଥିବା ମହିଳା ମାନଙ୍କ ଉପରେ ବିଜେପି ନେତା ଆକ୍ଷେପ କରୁଛନ୍ତି ଓ ଧମକାଉଛନ୍ତି । ଆଶା, ଅଙ୍ଗନବାଡି, ମିଶନ ଶକ୍ତି ମା’ମାନଙ୍କ ପାଇଁ ଆଜି ଆମେ ଆସିଛୁ । ଏହି କର୍ମୀ ମାନଙ୍କୁ ବିଜେପି ପାଇଁ କାମ କରିବାକୁ ଉସୁକାଉଛନ୍ତି । ସରକାରୀ ଅଧିକାରୀଙ୍କୁ ଧମକାଉଛି ବିଜେପି । ଜୟ ନାରାୟଣ ମିଶ୍ର ପୂର୍ବରୁ ଜଣେ ମହିଳା ପୋଲିସଙ୍କୁ ଧକା ଦେଇଥିଲେ । ପୁଣି ଏବେ ମହିଳାଙ୍କୁ ଆକ୍ଷେପ କରୁଛନ୍ତି । ମହିଳାଙ୍କୁ ଆକ୍ଷେପ କଲେ ବିଜେଡି ସହିବନି ବୋଲି ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି । 

ସେପଟେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦକୁ ହାସ୍ୟସ୍ପଦ ବୋଲି କହିଲା ବିଜେପି । ଚୋର୍ ମଚାୟେ ସୋର୍ । ମହିଳା ବିରୋଧୀ ଅପରାଧରେ ଓଡିଶା ଏକ ନମ୍ବର । ବିଜେଡି ପ୍ରାର୍ଥୀଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । କିନ୍ତୁ ବିଜେପି ମହିଳାଙ୍କୁ ଅପମାନିତ କରିବା ଅଭିଯୋଗ ହାସ୍ୟାସ୍ପଦ । ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଠାରୁ ମିଶନ ଶକ୍ତି ମହିଳାଙ୍କ ରୋଜଗାର କମ୍ । ତେଣୁ କେମିତି ମହିଳାଙ୍କ ବିକାଶ କରୁଛନ୍ତି ସରକାର ଏଥିରୁ ଅନୁମେୟ । ବିଗତ ଦିନରେ ଉପନିର୍ବାଚନ ଗୁଡିକରେ ବିଜେଡି ପାଇଁ କାମ ନକରିବାରୁ ଅନେକ ଏସଏଚଜିଙ୍କୁ ନିଲମ୍ବନ ହେବାକୁ ପଡିଛି । ବିଜେପି ସବୁବେଳେ ମୁକ୍ତ ଅବାଧ ନିର୍ବାଚନ ଚାହୁଁଛି । ପ୍ରକୃତରେ ମହିଳାଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆଦୌ ଚିନ୍ତା ନାହିଁ । ବିଜେଡି ଭୟରେ ବିଳାପ କରୁଛି ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।

You Can Read :

ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ, ଦଳ ସୁପ୍ରିମୋଙ୍କୁ ପଠାଇଥିଲେ ଇସ୍ତାଫା ପତ୍ର


 

 

  • odisha
  • OdishaNews
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.