ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତି ଆରମ୍ଭ,୪ଟି ବିଭାଗର ସମୀକ୍ଷା କଲେ ସିଏମ୍

Published By : Prameya-News7 Bureau | June 17, 2024 IST

ଭୁବନେଶ୍ବର ୧୭/୬: ଇସ୍ତାହାର ପୂରଣ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ବଜେଟ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗକୁ ଦେଲେ ନିର୍ଦ୍ଦେଶ । ଅର୍ଥ ସହ ଗୃହ,ଜଳସଂପଦ, ଯୋଜନା ଓ ସଂଯୋଜନା ବିଭାଗର ବି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସରକାରରେ ଚାଷୀଙ୍କୁ ଅଧିକ ଫୋକସ କରାଯାଇଛି । ଚାଷ ଜମିକୁ ପାଣି ଯୋଗାଇ ଦେବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଲୋକେ କିଭଳି ଭାବେ ବିଭିନ୍ନ ଯୋଜନାରୁ ଉପକୃତ ହେବେ ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ନିର୍ବାଚନ ସମୟରେ ସରକାରୀ ଦଳ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରକୁ କିଭଳି ଭାବେ ପୂରଣ କରାଯିବ ତାକୁ ଅନୁଧ୍ୟାନ କରି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 


You Can Read:

ବିଜେପି ପକ୍ଷରୁ ୪ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିୟାଣା ଦାୟିତ୍ୱ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.