ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପାଗ ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନିଅ

Published By : Prameya-News7 Bureau | June 17, 2024 IST

ଭୁବନେଶ୍ବର ୧୭/୬: ସ୍କୁଲ ଛୁଟି ନେଇ ଆସିଲା ବଡ ଅପଡେଟ୍‌ । ଆସନ୍ତାକାଲିଠାରୁ ସକାଳୁଆ ହୋଇପାରେ ସ୍କୁଲ । ପାଗ ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ । ପାଣିପାଗ ସ୍ଥିତିକୁ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନୁକୂଳ ପାଗ ଥିବା ଜିଲ୍ଲାରେ ଚାଲିବ ସକାଳୁଆ ସ୍କୁଲ । ସକାଳ ୬ଟା୩୦ରୁ ଦିନ ୧୦ଟା ୩୦ ଯାଏ ପାଠପଢା ହେବ । ଏହି ନିର୍ଦ୍ଦେଶ ଆଗାମୀ ୨୦ ତାରିଖ ଯାଏ ବଳବତ୍ତର ରହିବ । ସାରା ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.