ବିଭାଗ ବଣ୍ଟନ ପରେ ଦାୟିତ୍ବ ନେଲେ ମନ୍ତ୍ରୀ, ବିଭିନ୍ନ ବିଭାଗରେ ସମୀକ୍ଷା

Published By : Prameya-News7 Bureau | June 17, 2024 IST

ଭୁବନେଶ୍ବର ୧୭/୬: ପୁରା ଆକ୍ସନ ମୋଡରେ ମୋହନ ସରକାର । ଛୁଟି ଦିନରେ ବି ନାହିଁ ରେଷ୍ଟ । ଘନ ଘନ ସମୀକ୍ଷା ଚଳାଇଛନ୍ତି ମୋହନ ସରକାରଙ୍କ ବିଭିନ୍ନ ବିଭାଗ ମନ୍ତ୍ରୀ । ଦାୟିତ୍ବ ନେବା ପରେ ଆରମ୍ଭ ହୋଇଯାଇଛି ସମୀକ୍ଷା । କୃଷି ଭବନରେ ପହଞ୍ଚି ସଚିବ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ । କୃଷି ବିଭାଗରେ କେମିତି ଚାଲିଛି କାମ ତାର ତଦାରଖ କରିବା ସହ କୃଷକ ମାନଙ୍କ ପାଇଁ ବିଭିନ୍ନ ଯୋଜନାର ସମୀକ୍ଷା ବି କରିଛନ୍ତି । 


ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ନିଜ ବିଭାଗର ସମୀକ୍ଷା କରିଛନ୍ତି । ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଓ ମିଶନ ଶକ୍ତି ନିର୍ଦ୍ଦେଶକ ବିନୀତ ଭରଦ୍ବାଜଙ୍କ ସହ ଆଲୋଚନା କରି ବିଭିନ୍ନ କାର୍ଯ୍ୟପନ୍ଥା ନେଇ ସମୀକ୍ଷା କରିଛନ୍ତି । 

ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବିଭାଗର ସମୀକ୍ଷା କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଦାୟିତ୍ୱ ନେବା ପରେ କ୍ରୀଡ଼ା ବିଭାଗର ସମୀକ୍ଷା କରିଛନ୍ତି । କଳିଙ୍ଗ ,ଷ୍ଟାଡିୟମରେ ଆୟୋଜିତ ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦୀପାଙ୍କର ମହାପାତ୍ର ଏବଂ ଯୁଗ୍ମ ସଚିବଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.